ପୁରୀ ସମୁଦ୍ର କୂଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | April 02, 2021 IST

ପୁରୀ ୨।୪: ପୁରୀ ସମୁଦ୍ର ବେଳାଭୂମୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ବ୍ୟକ୍ତି ଜଣଙ୍କ ଏକ ଧଳା ସାର୍ଟ ଓ କଫି ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ବେଳାଭୂମୀର ୮ ନମ୍ବର ସେକ୍ଟରରୁ ଏହି ମୃତଦେହ ଉଦ୍ଧାର ହୋଇଛି ।

ଶୁକ୍ରବାର ସକାଳେ ଲାଇଫ୍ ଗାର୍ଡମାନେ ଡ୍ୟୁଟି କରିବାକୁ ଆସୁଥିବା ବେଳେ ମୃତଦେହକୁ ଦେଖିଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ । ପରେ ମୃତଦେହକୁ ସମୁଦ୍ରକୂଳ ଥାନା ପୋଲିସ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.