ପୋଖରୀପୁଟ ଓଭରବ୍ରିଜ୍ ନିକଟ ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଟ୍ରେନ୍ ଧକ୍କାରେ ମୃତ୍ୟୁ

Published By : Prameya-News7 Bureau | July 13, 2021 IST

ଭୁବନେଶ୍ବର ୧୩।୭: ଭୁବନେଶ୍ବର ପୋଖରୀପୁଟ ଓଭରବ୍ରିଜ ତଳେ ଯାଇଥିବା ରେଳ ଧାରଣାରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।  ମୃତଦେହକୁ ଜିଆରପି ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ପ୍ରାଥମିକ ତଦନ୍ତରୁ ଟ୍ରେନ୍ ଧକ୍କା ଦେବା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି । ବ୍ୟକ୍ତିଙ୍କ ହାତଟି ଇଲେକ୍ଟ୍ରିକାଲ ଡିଭିଜନ ଗେଟ୍ ସମ୍ମୁଖରେ ଛିଟିକି ପଡିଥିବା ବେଳେ ମୁଣ୍ଡଟି ଅଲଗା ହୋଇ ରେଳ ଧାରଣାର ଅନେକ ଦୂରରେ ପଡିଥିଲା ।  

ମୃତଦେହକୁ ପ୍ରଥମେ ସ୍ଥାନୀୟ ଲୋକେ ଦେଖିବା ପରେ ଜିଆରପିକୁ ଖବର ଦେଇଥିଲେ । ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.