ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଆପେ ଆପେ ଆସୁଛି ଟଙ୍କା : ବ୍ୟାଙ୍କ୍‌ରେ ଲୋକଙ୍କ ଭିଡ

Published By : Prameya-News7 Bureau | January 17, 2019 IST

ବର୍ଦ୍ଧମାନ ୧୭।୧: ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆପେ ଆପେ ଆସୁଛି ଟଙ୍କା । ଯାହାକୁ ନେଇ  ଏବେ ଚାଞ୍ଚଲ୍ୟ ଖେଳିଯାଇଛି ।   ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲ୍ଲାର କେତୁଗ୍ରାମ ୨ନମ୍ବର ପଞ୍ଚାୟତ ସମିତିର ଶିବଲୁନ, ବେଲୁନ, ଟୋଲାବାଡି, ସେନପାଡା, ଅମ୍ବାଲଗ୍ରାମ, ନବଗ୍ରାମ ଏବଂ ଗଙ୍ଗାଟିକୁରି ଅଞ୍ଚଳରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦୁଇ ଦୁଇ ଥର ଟଙ୍କା ଜମା ହୋଇଥିବା ଦେଖିବାକୁ ମିଳିଛି । ଯେଉଁ ଲୋକମାନଙ୍କୁ ଟଙ୍କା ମିଳିଛି ସେମାନଙ୍କ ଆକାଉଣ୍ଟରେ ୧୦ ହଜାର କିମ୍ବା ୨୫ ହଜାର ଟଙ୍କା ଜମା ହୋଇଛି ।

{"id":74832,"width":574,"height":432}

ଯେଉଁମାନଙ୍କର ଆକାଉଣ୍ଟ ୟୁକୋ ବ୍ୟାଙ୍କ, ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଅଛି ସେମାନଙ୍କ ଆକାଉଣ୍ଟକୁ ହିଁ କେବଳ ଏହିଭଳି ଟଙ୍କା ଯାଉଛି ।

{"id":74831,"width":574,"height":432}

ଏହି ଘଟଣା ସମ୍ପର୍କରେ ବ୍ୟାଙ୍କ ଅଧିକାରୀ କହିଛନ୍ତି ଏ ନେଇ କିଛି କହିବା ଏବେ ସମ୍ଭବ ନୁହେଁ । ଯେବେଠାରୁ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ଚାରିଆଡ଼େ ଖବର ପ୍ରଚାର ହୋଇଯାଇଛି । ଫଳରେ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

{"id":74833,"width":572,"height":430}

ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏନ୍ଇଏଫଟି ମାଧ୍ୟମରେ ଜମା ହେଉଛି । ଏହି ଘଟଣାକୁ ନେଇ କେତୁଗ୍ରାମର ବିଧାୟକ ଶେଖ୍ ଶାହନୱାଜ ମୋଦି ସରକାରଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ଏହା ଆଉ ସେହି ଟଙ୍କା ନୁହେଁ ତ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ । ବିଧାୟକଙ୍କ ଏଭଳି ବୟାନକୁ କିଛି ଗ୍ରାମବାସୀ ସତ ଭାବି ନେଇଛନ୍ତି । ସେମାନେ ଭାବୁଛନ୍ତି ଯେ ସେମାନଙ୍କ ଆକାଉଣ୍ଟରେ ସରକାର ଟଙ୍କା ଜମା କରିଛନ୍ତି ।

{"id":74834,"width":577,"height":434}

ପ୍ରଶାସନ ପାଖରେ ମଧ୍ୟ ଏ ସମ୍ପର୍କରେ ଖବର ନାହିଁ ଯେ ଲୋକଙ୍କ ଆକାଉଣ୍ଟକୁ କେଉଁଠାରୁ ଟଙ୍କା ଆସୁଛି ଏବଂ କିଏ ଟଙ୍କା ଜମା କରୁଛି । ଏହି ଘଟଣାର ଯାଞ୍ଚ ଚାଲିଥିବା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.