୯ମ ଶ୍ରେଣୀ ଛାତ୍ରଙ୍କୁ ବାରମ୍ବାର ଆକ୍ରମଣ କରୁଛି ଅଜଣା ଦୁର୍ବୃତ୍ତ, ସମସ୍ତେ ଆତଙ୍କିତ

Published By : Prameya-News7 Bureau | October 18, 2019 IST

ବାଲିପାଟଣା୧୮|୧୦: ନବମ ଶ୍ରେଣୀ ଛାତ୍ରଙ୍କୁ ଅଜଣା ଦୁର୍ବୃତ୍ତର ଆକ୍ରମଣ । ବାଲିପାଟଣା ଥାନା ଧାନହରା ଗ୍ରାମର ଶିଶୁଦେବ ଗୁଇଁଙ୍କ ପୁତ୍ର ନିତିଶଙ୍କୁ  ଅଜଣା ଦୁର୍ବୃତ୍ତ ବାରମ୍ବାର ଆକ୍ରମଣ କରୁଛି । ଏପରିକି ଗତ ମଙ୍ଗଳବାରଦିନ ଘରେ କେହି ନଥିବାବଳେ ନିତିଶଙ୍କୁ ଦୁର୍ବୃତ୍ତ ଘରୁ ଉଠାଇନେଇ ପାଖ ବଣରେ ହାତଗୋଡବାନ୍ଧି ପକାଇଦେଇଥିଲା । ପରେ ସ୍ଥାନୀୟ ପୋଲିସ ସହାୟତାରେ ପରିବାର ଲୋକ ନିତିଶଙ୍କୁ ଉଦ୍ଧାର କରିୟଥିଲେ ।

{"id":171294}

ଶିଶୁଦେବ ଏ ସମ୍ପର୍କରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାରମ୍ବାର ଏଭଳି ଆକ୍ରମଣ ହେଉଥିଲେ ମଧ୍ୟ ପୋଲିସ୍ ଘଟଣାକୁ ଧ୍ୟାନ ଦେଉନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂରା ପରିବାର ସହ ଗ୍ରାମବାସୀ ମଧ୍ୟ ଘଟଣାରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

{"id":171295,"width":589,"height":331}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.