ଆକାଶରୁ ଖସିଲା କ୍ୟାମେରା ଲାଗିଥିବା ଯନ୍ତ୍ରାଂଶ, ସ୍ଥାନୀୟଲୋକ ଭୟଭୀତ
17/10/2020 at 11:42 AM

ନୀଳଗିରି ୧୭।୧୦: ଆକାଶରୁ ଖସିଲା କ୍ୟାମେରା ଲଗିଥିବା ଯନ୍ତ୍ରାଂଶ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ତେଲିପାଳ ଅଞ୍ଚଳରେ ଆକାଶରୁ ଏକ ଅଜଣା ଯନ୍ତ୍ରାଂଶ ଖସିଥିବା ଜଣାପଡିଛି । ଉଦଳା-ସେରଗଡ ରାସ୍ତା ତେଲିପାଳ ଟାଙ୍କି ନିକଟରେ ଥିବା ଏକ ଢାବାର ପଛ ପଟରେ ଆକାଶ ଛତାରେ କ୍ୟାମେରା ଓ ଯନ୍ତ୍ରାଂଶ ଲାଗିରହିଥିବା ସାମଗ୍ରୀଟି ପଡିଥିବାର ଦେଖିବାକୁ ମିଳିଥିଲା ।

ଏହାକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡିଥିଲେ । ଏହି ଯନ୍ତ୍ରାଂଶଟି କୁଆଡେ ଆସିଲା ସେନେଇ କିଛି ସ୍ପଷ୍ଟ ଜଣାପଡିନାହିଁ ।

ଯନ୍ତ୍ରାଂଶ ପଡିଥିବା ସ୍ଥାନରୁ ଚାନ୍ଦିପୁର ମାତ୍ର ୫୦ କିଲୋମିଟର ଦୂର ଥିବାରୁ ମିସାଇଲ ପରୀକ୍ଷା ସମୟରେ ହୁଏତ ସୁରକ୍ଷା ଦୃଷ୍ଟିରୁ କ୍ୟାମେରା ଆକାଶ ଛତା ଜରିଆରେ ଲଗାଯାଇ ଛଡା ଯାଇପାରେ ଅନୁମାନ କରାଯାଇଛି । ଘଟଣାସ୍ଥଳରେ ବରମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021