Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଆକାଶରୁ ଖସିଲା ଅଜଣା ଯନ୍ତ୍ରାଂଶ, ଲୋକେ ଭୟଭୀତ

17/12/2020 at 7:56 AM

ବାଲେଶ୍ବର ୧୭।୧୨: ବାଲେଶ୍ବର ଚାନ୍ଦିପୁର ନିକଟରେ ଏକ ବିଶାଳ ଯନ୍ତ୍ରର ଭଗ୍ନାଂଶ ଖସି ପଡିବାରୁ ଆତଙ୍କିତ ହୋଇପଡିଛନ୍ତି ଲୋକେ । ସଦର ବ୍ଲକ୍ ଜୟଦେବ କସବା ପଞ୍ଚାୟତ ଏଗାର ହଜାର ଗାଁର ଜନବସତି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଭୟଙ୍କର ଶବ୍ଦ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଥିଲେ । ମୂଷା ପାତ୍ରଙ୍କ ଫାର୍ମ ହାଉସରେ ଖସି ପଡିଥିବା ଏକ ଯନ୍ତ୍ରାଂଶକୁ ଦେଖିଥିଲେ ଲୋକେ । ଏଥିରେ କୌଣସି ଧନ ଜୀବନ ହାନି ହୋଇନାହିଁ ।

ତେବେ ବିପଦ ଆଶଙ୍କାରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଯନ୍ତ୍ରାଂଶ ପଡିଥିବା ସ୍ଥାନରେ ଏକ ବିଶାଳ ଗାତ ମଧ୍ୟ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ପ୍ରତିରକ୍ଷା ବିଭାଗର ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଭୟଭୀତ ନ ହେବା ଲାଗି ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ।

   Related Posts