ସମ୍ବଲପୁର ଡାକ୍ତରଖାନାରେ ଅଜବ ଘଟଣା: ବାହାରର ଜଣେ ମହିଳା ରୋଗୀଙ୍କୁ ଇଞ୍ଜେକସନ୍ ଓ ସାଲାଇନ୍ ଦେଇ ଚାଲିଗଲା, ଜାଣିପାରିଲେନି କେହି

Published By : Prameya-News7 Bureau | January 20, 2019 IST

ସମ୍ବଲପୁର୨୦|୧: ଡାକ୍ତରଖାନାରେ ବାହାର ଲୋକ ଯାଇ ଦେଲେ ଇଞ୍ଜେକସନ୍‌ ଓ ସାଲାଇନ୍‌ । ୱାର୍ଡ ଭିତରେ ବଳପୂର୍ବକ ପଶି ରୋଗୀଙ୍କୁ ଦିଆଗଲା ଇଞ୍ଜେକସନ୍ । ଏପରି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ।…

{"id":76308}

କିଏ ସେହି ଅଜଣା ମହିଳା ।ସମ୍ବଲପୁର ମୁଖ୍ୟ ଡାକ୍ତରଖାନା ୱାର୍ଡ ଭିତରେ ପଶି ରୋଗୀଙ୍କୁ ଦେଲେ ସାଲାଇନ୍‌ ଓ ଇଞ୍ଜେକସନ୍ ।ଡାକ୍ତର କିମ୍ବା ନର୍ସ ଭାବି ରୋଗୀ କିମ୍ବା ସଂପର୍କୀୟ କେହି ପ୍ରଶ୍ନ କରିନଥିଲେ ।କିନ୍ତୁ ଯେତେବେଳେ ସନ୍ଦେହ ହେଲା ସେତେବେଳକୁ ମହିଳା ଜଣକ ଫେରାର୍‌ ।ଏପରି ଏକ ଅଜବ ଘଟଣାକୁ ନେଇ ଆତଙ୍କିତ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ଓ ସଂପର୍କୀୟ ।ଘଟଣାର ୧୭ ଘଣ୍ଟା ବିତି ଯାଇତିଲେ ମଧ୍ୟ ସେହି ମହିଳାଙ୍କ ସଂପର୍କରେ କିଛି ବି ସୁରାଗ୍‌ ମିଳିନାହିଁ ।…

{"id":76309}

ଡାକ୍ତରଖାନାରେ ଏବେ ସେହି ରହସ୍ୟମୟୀ ମହିଳାଙ୍କୁ ନେଇ ଚର୍ଚ୍ଚା ।ବାହାର ଲୋକ କିଏ କାହିଁକି ଡାକ୍ତରଖାନା ୱାର୍ଡରେ ପଶି ରୋଗୀଙ୍କୁ ଇଞ୍ଜେକସନ୍‌ ଦେଲେ ।୩ ଜଣ ରୋଗୀଙ୍କୁ ଇଞ୍ଜେକସନ୍ ଓ ଜଣେ ରୋଗୀଙ୍କୁ ସାଲଇନ୍‌ ଦେଇଥିଲେ ଏହି ମହିଳା ।ତେବେ ଦାୟିତ୍ବରେ ଥିବା ନର୍ସ ଓ କର୍ମଚାରୀ ମାନେ ୱାର୍ଡ ଭିତରକୁ ଚାଲି ଆସିବାରୁ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ ମହିଳା ଜଣକ ।ଡାକ୍ତରଖାନା ସୁରକ୍ଷାକର୍ମୀ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସୁରାଗ ପାଇନଥିଲେ ।ସେପଟେ ସମ୍ବଲପୁର ସିଡିଏମ୍‌ଓ ଘଟଣାକୁ ହାଲକା ଭାବେ ନେଇଥିବା ବେଳେ ସିସିଟିଭି ଫୁଟେଜ୍‌ ଯାଞ୍ଚ କଲେ ଜଣାପଡ଼ିବ ବୋଲି କହିଛନ୍ତି ।…

{"id":76310}

ପୁରୁଣା ଭୁଲ୍‌ରୁ କିଛି ବି ଶିଖି ନାହାନ୍ତି ସମ୍ବଲପୁର ଡାକ୍ତରଖାନା କର୍ତ୍ତୃପକ୍ଷ ।୨୦୧୭ରେ ଏକ ନବଜାତ ଶିଶୁପୁତ୍ରକୁ ଡାକ୍ତରଖାନାରୁ ଜଣେ ମହିଳା ଚୋରାଇ ନେଇଥିଲେ ।ସେହି ଘଟଣାରେ ଆଜି ପର୍ଯ୍ୟନ୍ତ ପର୍ଦ୍ଦାଫାସ୍ ହୋଇ|ପାରିନାହିଁ ।କେବଳ ସୁରକ୍ଷା ଦାୟିତ୍ବରେ ଥିବା ୨୨ ଜଣ ସୁରକ୍ଷା କର୍ମୀଙ୍କୁ ଚାକିରୀରୁ ବାହାର କରାଯାଇଥିଲା ।ତେବେ ଏଥର ପୁଣି ସେହି ସମାନ ଢଙ୍ଗରେ ରାତି ଅଧରେ ଜଣେ ମହିଳା ଡାକ୍ତରଖାନା ୱାର୍ଡରେ ପଶିବା ଶିଶୁ ଚୋରୀ ସନ୍ଦେହକୁ ଦୃଢୀଭୂତ କରୁଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.