"ଶୋଲେ" ଫିଲ୍ମ ସୁଟିଂ ହୋଇଥିବା ରାମଗଡ଼ ଗାଁ କେଉଁଠି ଅଛି ଜାଣନ୍ତି କି? ଫିଲ୍ମ ପାଇଁ ରାମଗଡବାସୀଙ୍କୁ ଏମିତି କ୍ଷତି ହୋଇଥିଲା ଯେ ଲୋକେ ଆଜି ମଧ୍ୟ ଭୁଲିନାହାନ୍ତି

Published By : Prameya-News7 Bureau | January 20, 2019 IST

ରାମଗଡ଼ ୨୦/୧ : ୧୯୭୫ ମସିହାରେ ନିର୍ମିତ "ଶୋଲେ" ର କ୍ରେଜ ଆଜି ମଧ୍ୟ ଲୋକଙ୍କ ମନରେ ପୂର୍ବ ଭଳି ରହିଛି | ରମେଶ ସୀପପି ନିର୍ଦେଶିତ ଏହି ଫିଲ୍ମରେ ସଂଗୀତ ନିର୍ଦେଶନା ଦେଇଥିବା ଆର.ଡି.ବର୍ମାନଙ୍କ ଗୀତ ଆଜି ମଧ୍ୟ ସିନେମା ପ୍ରେମୀଙ୍କ ମ୍ୟୁଜିକ ଲିଷ୍ଟରେ ରହିଛି | ଶୋଲେ ଫିଲ୍ମର ମହକ ଆଜି ମଧ୍ୟ ରହିଛି | ପାଖାପାଖି ୪୦ ବର୍ଷ ପରେ ମଧ୍ୟ ଶୋଲେ ଆଜି ଯାଏଁ ପୁରୁଣା ହୋଇନି | ବୟସ୍କଙ୍କ ଠାରୁ ଆରମ୍ଭ କରି ପିଲା ଯାଏଁ ସମସ୍ତେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି | ଫିଲ୍ମକୁ ପରଦାରେ ଦେଖି ଯଦି ପ୍ରଶଂସକଙ୍କ ଏଭଳି ଅବସ୍ଥା ତାହେଲେ ସେମାନଙ୍କ ଅବସ୍ଥା କିଭଳି ଥିବ ଯେଉଁମାନେ ଫିଲ୍ମ ସୁଟିଂ ହୋଇଥିବା ଦେଖିଥିବେ ଟିକେ ଭାବନ୍ତୁ ତ |

{"id":76272}

ରାମଗଡରେ ଏହି ଫିଲ୍ମ ୧୯୭୩ ରୁ ୧୯୭୫ ମସିହା ମଧ୍ୟରେ ସୁଟିଂ ହୋଇଥିଲା | କେମିତି ଥିଲା ରାମଗଢବାସୀଙ୍କ ଅନୁଭବ ଆସନ୍ତୁ ଜାଣିବା |

{"id":76273,"width":583,"height":376}

ବାଙ୍ଗାଲୁରୁ ଏବଂ ମହୀଶୂରର ଉଚ୍ଚ ପାହାଡ ମଝିରେ ରହିଛି ଏକ ଛୋଟ ଗାଁ ରାମନଗରମ | ଏହି ରାମନଗରମ ଶୋଲେ ଫିଲ୍ମର ରାମଗଡ଼ | ଗାଁରେ ପଶୁ ପଶୁ ପର୍ଯ୍ୟଟକଙ୍କୁ ଶୋଲେ ଫିଲ୍ମର ସବୁ ସିନ ମନେ ପଡିଯାଇଥାଏ | ରାମଗଡ଼ ଆଗରୁ ଏକ ସାଧାରଣ ଗାଁ ଥିଲା | କିନ୍ତୁ ଶୋଲେ ଫିଲ୍ମ ପରେ ରାମଗଡ଼ ପ୍ରସିଦ୍ଧ ହୋଇଯାଇଥିଲା |

{"id":76280}

ଧୀରେ ଧୀରେ ସେଠାକୁ ପର୍ଯ୍ୟଟକ ଯିବା ଆସିବା ଆରମ୍ଭ କରିଥିଲେ | ଯେଉଁଥିପାଇଁ ଆଜି ରାମଗଡ଼ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ |  ବିଗତ ୪୦ ବର୍ଷ ପରେ ମଧ୍ୟ ରାମଗଡ଼ ଗାଁ ସେମିତି ହିଁ ରହିଛି ଯେମିତି ଫିଲ୍ମରେ ଦେଖାଯାଇଥିଲା |

{"id":76274}

ଗ୍ରାମବାସୀଙ୍କ ଉପରେ ଫିଲ୍ମ କ'ଣ ପ୍ରଭାବ ପକାଇଥିଲା ଜାଣନ୍ତୁ :

{"id":76275,"width":592,"height":265}

ସେଠାକାର ଗ୍ରାମବାସୀଙ୍କୁ ଫିଲ୍ମର ପ୍ରତିଟି ଡାଇଲଗ ଆଜି ମଧ୍ୟ ମନେ ଅଛି | ସେଠାରେ ଏବେ ଏକ ରାମଗଡ଼ ରିସର୍ଟ ଆଣ୍ଡ ସ୍ପା ସେଣ୍ଟର ମଧ୍ୟ ଖୋଲିଚି | ରିସର୍ଟ ମ୍ୟାନେଜରଙ୍କୁ ଠାକୁର ଏବଂ ସ୍ପା ମାଷ୍ଟରଙ୍କୁ ଗବବର ନାମ ଦିଆଯାଇଛି | ଗ୍ରାମବାସୀ ପରସ୍ପର ମଧ୍ୟରେ କଥାବାର୍ତ୍ତା ବେଳେ ମଧ୍ୟ ଫିଲ୍ମର ଡାଇଲଗ ବ୍ୟବହାର କରିଥାନ୍ତି |

{"id":76279}

ତେବେ ଆମେ ସମସ୍ତେ ଜାଣିଛେ ଯେ, ସବୁ ଘଟଣାର ଦୁଇଟି ପାଶ୍ୱ ରହିଛି | ଯେଭଳି ମୁଦ୍ରାର ଦୁଇଟି ପାଖ ରହିଛି | ଫିଲ୍ମଟି ଗ୍ରାମବାସୀଙ୍କ ମନରେ କିଛି ଖୁସିର ମୁହୂର୍ତ୍ତ ଛାଡି ଯାଇଥିବାବେଳେ କିଛି ଦୁଃଖ ମଧ୍ୟ ଦେଇଛି |

{"id":76276}

ସେଠାକାର କିଛି ଲୋକଙ୍କ କହିବାନୁଯାୟୀ, ଫିଲ୍ମର ସୁଟିଂ ପରେ ସେଠାକାର ସୌନ୍ଦର୍ଯ୍ୟ ହଜି ଯାଇଥିଲା | ପୂର୍ବରୁ ରାମନଗରମ ପାହାଡର ସୌନ୍ଦର୍ଯ୍ୟ ଏବଂ ପାହାଡିଆ ଜନ୍ତୁଙ୍କ ପାଇଁ ପ୍ରସିଦ୍ଧ ଥିଲା | କିନ୍ତୁ ସୁଟିଂ ବେଳେ ଲଗାତାର ବୋମାମାଡ, ପାଟିତୁଣ୍ଡ, ଗୁଳିର ଆବାଜରେ ଜନ୍ତୁ ସେଠାରୁ ପଳାଇଯାଇଥିଲେ |

{"id":76277}

ତେବେ ଯେଉଁଠି କିଛି ଭଲ ହୋଇଥାଏ ସେଠାରେ କିଛି ଖରାପ ମଧ୍ୟ ହୋଇଥାଏ | ଆଜି ମଧ୍ୟ ସେଠାରେ ଜୟ ଏବଂ ବିରୁଙ୍କ ବନ୍ଧୁତ୍ୱ ଦେଖାଦେଇଥାଏ, ଗବବରର ଆବାଜ ପାହାଡରେ କମ୍ପନ ହେଉଥାଏ | ବସନ୍ତିକୁ ମନେ ପକାଇ ଲୋକଙ୍କ ମୁହଁରେ ହସ ଖେଳିଯାଏ | ରାଧାକୁ ମନେ ପକାଇ ହୃତ୍ସ୍ପନ୍ଦନ ବନ୍ଦ ହୋଇଯାଇଥାଏ |

{"id":76278}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.