Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଯଦି କେହି ତାଜ ହୋଟେଲ କିଣିବାକୁ ଚାହେଁ ତାହାଲେ କେତେ ଟଙ୍କା ପଡିବ ଜାଣନ୍ତୁ…

7/08/2019 at 5:09 PM

ତାଜ୍‌ ହୋଟେଲ ମୁମ୍ବାଇର ୫ ଷ୍ଟାର ହୋଟେଲ। ଦେଶର ସମ୍ଭ୍ରାନ୍ତୀୟ ହୋଟେଲ ତାଲିକାର ଶୀର୍ଷରେ ରହିଛି ତାଜ ହୋଟେଲ ।୧୯୦୩ ମସିହା ଡିସେମ୍ବର ମାସ ୩ ତାରିଖରେ ଏହି ହୋଟେଲ ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା । ତେବେ  ମାତ୍ର ମାସକରେ ତାଜମହଲ ହୋଟେଲର ମୁଖ୍ୟ କୋଠାକୁ ଟାଟା କମ୍ପାନୀ ନିର୍ମାଣ କରିଥିଲା।

ଇଣ୍ଡୋ-ସର୍କେନିକ ଶୈଳୀରେ ନିର୍ମିତ ହୋଇଥିବା ଏହି ହୋଟେଲର ମାଲିକ ଥିଲେ ଇସ୍ପାତ ପୁରୁଷ ଜମସେଦଜି ଟାଟା ।ସୂଚନାଯୋଗ୍ୟ ଯେ, ଟାଇମ୍ସ ଅଫ୍‌ ଇଣ୍ଡିଆର ତତ୍କାଳୀନ ସମ୍ପାଦକଙ୍କ ପରାମର୍ଶ କ୍ରମେ ଏହି ହୋଟେଲ ନିର୍ମାଣ ହୋଇଥିଲା । ବମ୍ବେ ଭଳି ସହରରେ ଏଭଳି ଏକ ହୋଟେଲର ଆବଶ୍ୟକତା ଥିବା ସେତେବେଳେ ସେ ଅନୁଭବ କରିଥିଲେ ।  

ହୋଟେଲ ତାଜର ମୁଖ୍ୟ ଆର୍କିଟେକ୍ଟ ଖଣ୍ଡେରାୱ ଏହି ପ୍ରୋଜେକ୍ଟ ଜଣେ ଇଂରାଜୀ ଇଂଜିନିୟର ଙ୍କ ଦ୍ବାରା ସମ୍ପୂର୍ଣ୍ଣ କରିଥିଲେ। ଏହାର ଠିକାଦାର ଖାନ୍‌ ସାହେବ ସୋରାବଜୀ ରତନଜୀ ଥିଲେ । ସେ ହିଁ  ଏହି ପ୍ରସିଦ୍ଧ ହୋଟେଲର ଭାସମାନ ପାହାଚର ଡିଜାଇନ କରିଥିଲେ।

ଏହାର ନିର୍ମାଣ ପାଇଁ ପାଖାପାଖି ୨୫୦୦୦ ଡଲାର ଖର୍ଚ୍ଚ ହୋଇଥିଲା । ଆଜିର ହିସାବ ଅନୁସାରେ ଏହି ମୂଲ୍ୟ ଅର୍ଥାତ ୯୨୭ ମିଲିୟନ ଡଲାର।ଅର୍ଥାତ ଆଜି ୟଦି କେହି ଏହି ହୋଟେଲକୁ କିଣିବାକୁ ଚାହିଁବେ ଅନ୍ୟୂନ ୯୨୭ ମିଲିୟନ ଡଲାର ଦେବାକୁ ପଡିବ ।

ଆଜି ହୋଟେଲର ଯେଉଁଠି ଟାୱର ୱିଙ୍ଗ ଅଛି, ଗୋଟେ ସମୟରେ ସେଠାରେ ଏକ ହୋଟେଲ ଥିଲା। ସେତେବେଳେ ସେହି ହୋଟେଲର ନାଁ ଗ୍ରୀନ୍‌ସ ହୋଟେଲ ଏଟ୍‌ ଏପୋଲୋ ବଣ୍ଡର ଥିଲା। ଏହି ହୋଟେଲକୁ ପରେ ତାଜ ମହଲ ହୋଟେଲ କିଣିଥିଲା। ୧୯୭୩ ମସିହାରେ ଗ୍ରୀନ୍‌ସ ହୋଟେଲଙ୍କୁ ଭଙ୍ଗା ଯାଇଥିଲା। ବର୍ତ୍ତମାନ ସେଠାରେ ଟାୱର ୱିଙ୍ଗ ତିଆରି କରାଯାଇଛି।  

   Related Posts