Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଆପଣଙ୍କ ହାତ ପାପୁଲିରେ ତ୍ରିଶୁଳ ଚିହ୍ନ ଅଛି କି ? ଜାଣନ୍ତୁ ଏହାର ପ୍ରଭାବରେ କଣ ଘଟିବ ଆପଣଙ୍କ ସହ

30/12/2018 at 2:21 PM

ଜ୍ୟୋତିଷଙ୍କ ବିଶ୍ୱାସ ମଣିଷ ତା ଭାଗ୍ୟ ନିଜେ ଲେଖିଥାଏ। ସବୁ କର୍ମର ଫଳ ଏଇଠି ଭୋଗିବାକୁ ପଡେ। ଜ୍ୟୋତିଷଶାସ୍ତ୍ର ଏବଂ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ହାତରେ ତ୍ରିଶୁଳ ଚିହ୍ନ ଥିବା ଲୋକ ଖୁବ ଭାଗ୍ୟବାନ। କାରଣ ତ୍ରିଶୁଳ ଭଗବାନ ଶିବଙ୍କ ଆୟୁଧ। ତେଣୁ ହାତରେ ଚିହ୍ନଥିବା ବ୍ୟକ୍ତିଙ୍କ ଉପରେ  ଭଗବାନ ଶିବଙ୍କର ବିଷେଶ କୃପା ରହେ। ହାତରେ ତ୍ରିଶୁଳ ଚିହ୍ନ ଥିବା ବ୍ୟକ୍ତି ଯେକୌଣସି ଅସୁବିଧାରେ ଥିଲେ ମଧ୍ୟ ସେ ପରିସ୍ଥିତିରୁ ମୁକୁଳିବାରେ ସକ୍ଷମ ହୋଇଥାନ୍ତି ।
 ତ୍ରିଶୁଳ ଚିହ୍ନ ହାତ ପାପୁଲିର ୨ଟି ସ୍ଥାନରେ ଥିଲେ ଏହା ବିଷେଶ ଲାଭଦାୟକ ହୋଇଥାଏ।
 ୧. ହାତର ମଧ୍ୟମା ଆଂଗୁଠିର ଠିକ୍ ତଳେ ଯଦି ରେଖାଦ୍ବାରା ତ୍ରିଶୁଳ ଆକୃତି ଚୀହ୍ନ ସୃଷ୍ଟି ହୋଇଥାଏ ତାହେଲେ ବ୍ୟକ୍ତି ଜଣକ ଖୁବ ଭାଗ୍ୟବାନ। କାରଣ ଆଂଗୁଠିର ଏହି ସ୍ଥାନକୁ ଶନି ଦେବଙ୍କ କ୍ଷେତ୍ର ବୋଲି କୁହାଯାଏ। ଶନିଙ୍କ କ୍ଷେତ୍ରରେ ତ୍ରିଶୁଳ ରହିବା ଅର୍ଥ ମଣିଷର ଆର୍ଥିକ ସମସ୍ୟାର ସମାଧାନ ହୋଇଥାଏ ଓ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ।
୨. କିମ୍ୱା ହାତର ଅନାମିକା ଆଂଗୁଠିର ଠିକ୍ ତଳେ ତ୍ରିଶୁଳ ଚିହ୍ନ ଥିଲେ ମଣିଷ ମହା ଗୌରବ ଲାଭ କରିଥାଏ। ଏମିତି ଲୋକଙ୍କ ଶତ୍ରୁ ବିଭତ୍ସ ପରିଣାମ ଭୋଗିଥାନ୍ତି। ଅନାମିକା ଆଂଗୁଠିରେ ତ୍ରିଶୁଳ ଚିହ୍ନ ଥିବା ବ୍ୟକ୍ତି ଶକ୍ତିଶାଳୀ ହୋଇଥାନ୍ତି।

 

   Related Posts