Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨ଟି ବିବାହ ଓ ସ୍ବାମୀଙ୍କ ଉପରେ ପୋଲିସ କେସ୍‌, ଏମିତି ଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଜୀବନ କାହାଣୀ

15/11/2019 at 5:06 PM

ମୁମ୍ବାଇ୧୫|୧୧: ଟିଭି ଓ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ତିନି ମାସ ତଳେ ମୃତ୍ୟୁ ହୋଇଥିଲା। ୭୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ବିଦ୍ୟା ଅମିତାଭ ବଚ୍ଚନଙ୍କ ଭଳି ବରିଷ୍ଠ ଅଭିନେତାଙ୍କ ସହ ମଧ୍ୟ କାମ କରିଛନ୍ତି। ଶେଷ ସମୟରେ ସେ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ଆଜି ବିଦ୍ୟାଙ୍କର ଜନ୍ମଦିନ। ବିଦ୍ୟା ସିହ୍ନାଙ୍କ ଜୀବନ ଖୁବ କଷ୍ଟକର ଥିଲା।

ସେ ଦୁଇଟି ବିବାହ କରିଥିଲେ। ବିଦ୍ୟା ନିଜ ପଡୋଶୀ ଭେଙ୍କେଟେଶ୍ବର ଆୟରଙ୍କ ସହ ରିଲେସନଶିପରେ ଥିଲେ। ଭେଙ୍କେଟେଶ୍ବର ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ। ୧୯୬୮ରେ ଉଭୟଙ୍କର ବିବାହ ହୋଇଥିଲା। ଭେଙ୍କେଟେଶ୍ବର ଓ ବିଦ୍ୟା ୧୯୮୯ ମସିହାରେ ପୋଷ୍ୟ କନ୍ୟା ଗ୍ରହଣ କରିଥିଲେ। ବିଦ୍ୟା ନିଜ ସ୍ବାମୀ ଓ ଝିଅର ବହୁତ ଧ୍ୟାନ ରଖୁଥିଲେ।

ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଭେଙ୍କେଟେଶ୍ବରଙ୍କର ୧୯୯୬ରେ ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ହେବା ପରେ ବିଦ୍ୟା ସିଡନୀ ସିଫ୍ଟ ହୋଇଥିଲେ। ସେଠାରେ ସେ ଜଣେ ଅଷ୍ଟ୍ରେଲିୟାନ ଡାକ୍ତରଙ୍କୁ ଭେଟିଥିଲେ ଓ ଅନେକ ଦିନ ରିଲେସନଶିପରେ ରହିବା ପରେ ଉଭୟ ବିବାହ ନିଷ୍ପତ୍ତି ନେଇଥିଲେ। ଉଭୟ ମନ୍ଦିରରେ ବିବାହ କରିଥିଲେ।

ଏହି ବିବାହ ପରେ ବିଦ୍ୟା ବହୁତ ଚିନ୍ତିତ ରହୁଥିଲେ। ୨୦୦୯ ମସିହାରେ ବିଦ୍ୟା ନିଜ ଦ୍ବତୀୟ ସ୍ବାମୀ ନେତାଜୀ ଭିମରାୱଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ନେଇ ଥାନାରେ ମାମଲା ରୁଜୁ କରିଥିଲେ। ମାମଲା ରୁଜୁ କରିବା ପରେ ନେତାଜୀ ଓ ବିଦ୍ୟାଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଲମ୍ବା ସମୟ ପରେ ବିଦ୍ୟା କୋର୍ଟରେ ଏହି କେସ ଜିତିଥିଲେ।

 ବିଦ୍ୟା ୧୮ ବର୍ଷ ବୟସରେ କାମ କରିବା ଆରମ୍ଭ କରିଥିଲେ। ଫିଲ୍ମ ଓ ଟେଲିଭିଜନ ଜଗତରେ କାମ କରିବା ପୂର୍ବରୁ ବିଦ୍ୟା ମଡେଲିଂ କରୁଥିଲେ। ବିଦ୍ୟା ମିସ୍‌ ବମ୍ବେରେ କ୍ରାଉନ ମଧ୍ୟ ଜିତିଥିଲେ। ଏହା ପରେ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ ମିଳିଥିଲା। ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ବିଦ୍ୟା। ସଂଜୀବ କୁମାରଙ୍କ ସହ ବିଦ୍ୟାଙ୍କ ଗୀତ “ଠଣ୍ଡେ ଠଣ୍ଡେ ପାନୀ ସେ ନାହାନା ଚାହିଏ” ଗାନା ବହୁତ ହିଟ୍‌ ହୋଇଥିଲା। ଫିଲ୍ମ ସହ ବିଦ୍ୟାଙ୍କର ଟେଲିଭିଜନ ଇଣ୍ଡଷ୍ଟ୍ରି ସହ ମଧ୍ୟ ବହୁତ ନିବିଢ ସମ୍ପର୍କ ଥିଲା। ସେ ଜଣେ ଲୋକପ୍ରିୟ ଓ ପ୍ରତିଷ୍ଠିତ ଅଭିନେତ୍ରୀ ଥିଲେ।

   Related Posts