Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ମାଲକାନଗିରି କାଲିମେଳାରେ ବ୍ୟାପୁଛି ଅଜଣା ରୋଗ, ଡାକ୍ତରଙ୍କୁ ବିଶ୍ବାସ କରିବା ବଦଳରେ ଠାକୁରଙ୍କ ଆଗରେ ପଡୁଛନ୍ତି ଅଧିଆ

15/10/2019 at 7:29 PM

ମାଲକାନଗିରି ୧୫ା୧୦ – ମାଲକାନାଗିରି ଜିଲ୍ଲା କାଲିମେଳା ଏମ.ଭି ୭୫ ଗାଁରେ ଅଜଣା ରୋଗର ଆତଙ୍କ ା ଗାଁର ଯୁବପୀଢି ଓ ନାବାଳକ ନାବାଳିକାଙ୍କୁ କବଳିତ କରିଛି ଏହି ରୋଗ । ତେବେ ଗାଁରେ ଡାକ୍ତରୀ ଦଳ ପହଞ୍ଚିଥିଲେ ବି ଅନ୍ଧବିଶ୍ବାସକୁ ଛାଡିପାରୁନାହାନ୍ତି ଗାଁ ଲୋକ ାଡାକ୍ତରଙ୍କୁ ବିଶ୍ବାସ କରିବା ବଦଳରେ ଠାକୁରଙ୍କ ଆଗରେ ଅଧିଆ ପଡୁଛନ୍ତି ।

ମାଲକାନାଗିରି ଜିଲ୍ଲା କାଲିମେଳା ଏମ.ଭି ୭୫ ଗାଁକୁ ମାଡି ବସିଛି ଅଜଣା ରୋଗ । ବିଛଣାରେ ଶୋଇଲେ ଉଠିବାକୁ ବଳ ପାଉନି । ମୁଣ୍ଡ ବ୍ୟଥା ହେବା ପରେ ମୂର୍ଛ୍ଛା ଯାଉଛନ୍ତି ଲୋକ । ଗତ ୩ଦିନ ହେଲା ଏଭଳି ସ୍ଥିତି ଲାଗି ରହିଛି ।  ବିଶେଷ କରି ଯୁବକ, ଯୁବତୀମାନଙ୍କୁ  କବଳିତ କରିଛି ଏହି ରୋଗ ାଘରେ ଘରେ ଏଭଳି ରୋଗୀ । ହେଲେ କି ରୋଗ ହୋଇଛି କାହାକୁ ଜଣା ନାହିଁ । ଗତ କାଲି ଜେଣ ନାବାଳକର ଅଚାନକ ମୃତ୍ୟୁ ପରେ ଅଧିକ ଭୟଭୀତ ହୋଇପଡିଛନ୍ତି ଗାଁ ଲୋକ ।

ସେପଟେ ଖବର ପାଇ ଗାଁରେ ପହଞ୍ଚିଛି କାଲିମେଳା ଡାକ୍ତରଖାନାର ଏକ ଟିମ୍ ାକିନ୍ତୁ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବାକୁ ଲୋକେ ନାରାଜ ।  କିଛି ଲୋକ ଚିକିତ୍ସା କରାଉଥିବା ବେଳେ ଆଉ କିଛି ଗ୍ରାମଦେବୀଙ୍କ ପ୍ରକୋପ ବୋଲି କହୁଛନ୍ତି । ତେଣୁ ଗ୍ରାମଦେବୀଙ୍କ ନିକଟରେ ଅଧିଆ ପଡୁଛନ୍ତି ଲୋକ । ଦେବୀଙ୍କ ପୂଜାର୍ଚ୍ଚନା କଲେ ରୋଗ ଦୂର ହେବ ବୋଲି ସେମାନଙ୍କ ବିଶ୍ବାସ ।

କେଉଁ ରୋଗ ହୋଇଛି ସେଇଟା ତ ଡାକ୍ତର କହିବେ । କିନ୍ତୁ ଲୋକେ ଅନ୍ଧବିଶ୍ବାସକୁ ଛାଡି ଡାକ୍ତରୀ ବିଜ୍ଞାନକୁ ବିଶ୍ବାସ କରିଲେ ତ ?  ଗାଁ ଲୋକଙ୍କ ମାନସିକତା ସଚେତନତା ଅଭାବକୁ ସ୍ପଷ୍ଟ କରୁଛି ।  ତେବେ ରୋଗକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ଚିକିତ୍ସା ପାଇଁ ମନେଇବାକୁ ସଚେତନତା ସୃଷ୍ଟି କରିବା  ଜରୁରୀ ହୋଇପଡିଛି  ।

   Related Posts