Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପଞ୍ଚାୟତରେ ବ୍ୟାପିଲା ଅଜଣା ରୋଗ, ୩ ଗ୍ରାମବାସୀଙ୍କ ମୃତ୍ୟୁ, ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ ଟିମ୍‌

21/10/2021 at 7:55 PM

ନୀଳଗିରି,୨୧/୧୦: ବାଲେଶ୍ଵର ଜିଲ୍ଲା ଆଦିବାସୀ ବହୁଳ ଅଂଚଳ କେସିପୁର ପଞ୍ଚାୟତରେ ଅଜଣା ରୋଗରେ ତିନିଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ତଦନ୍ତ ପାଇଁ ପହଁଞ୍ଚିଛି ସ୍ୱାସ୍ଥ୍ୟ ବିଭାଗର ଟିମ୍‌। ସୂଚନାରୁ ପ୍ରକାଶ, ନୀଳଗିରି ବ୍ଲକ ଅଧିନ କେସିପୁର ପଞ୍ଚାୟତ ଟୁଲୁକଡାଵ ଗାଁରେ ଆଦିବାସୀ ଓ ହରିଜନ ଶ୍ରେଣୀର ଲୋକେ ରୁହନ୍ତି। ଆଜକୁ ମାସେ ତଳେ ଗାଁର ଜଣକ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ। ବାନ୍ତି ହେବା ସହ ଚାଲିବାକୁ ଶକ୍ତି ପାଉନଥିବା ଅଭିଯୋଗ ହୋଇଥିଲା । କିଛି ଗ୍ରାମବାସୀ ସ୍ଥାନୀୟ ହସ୍ପିଟାଲ ଏବଂ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଛି ଗୁରତର ହୋଇ ମଧ୍ୟ ବାଲେଶ୍ଵର ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।

ସୂଚନାଯୋଗ୍ୟ ସେହି ଗ୍ରାମର ଚୁଡାମଣି ପଢିଆର(୪୭), ସଞ୍ଜୟ ବିଶ୍ୱାଳ(୧୮) ଓ ଟୁକୁନି ପଲେଇ(୫୮) ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। କେହିକେହି ଡାଇରିଆ ପାଇଁ ମୃତ୍ୟୁ ହୋଇଥିବା କହୁଥିବା ବେଳେ ଆଉ କେହି ଅଜଣା ରୋଗ ଗାଁକୁ ବ୍ୟାପିବା କାରଣରୁ ମୃତ୍ୟୁ ହୋଇଥିବା କହୁଥିଲେ । ମାସକରେ ୩ ଜଣଙ୍କର ମୃତ୍ୟୁ ହେବାପରେ ଗାଁରେ ଆତଙ୍କର ବାତାବରଣ ସୃଷ୍ଟିହୋଇଛି। ଗ୍ରାମବାସୀ ବ୍ୟବହୃତ କରୁଥିବା ନଦୀ ଓ ନଳକୂପ ପାଣି ବିଷାକ୍ତ ହୋଇଥିବା କାରଣରୁ ଏଭଳି ରୋଗ ବ୍ୟାପୁଥିବା ଅଭିଯୋଗ ଉଠିଛି।

ଆଜି ବାଲେଶ୍ଵରରୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଗାଁକୁ ଆସି ଗ୍ରାମବାସୀ ବ୍ୟବହାର କରୁଥିବା ନଳକୂପ ଓ ନଦୀପାଣିର ନମୁନା ସଂଗ୍ରହ କରିବା ସହ ଔଷଧ ବିତରଣ କରିଛନ୍ତି। ନଳକୂପ ଓ ଡ୍ରେନରେ ବ୍ଳିଚିଂ ପାଉଡର ସିଞ୍ଚନ କରାଯାଇଥିବା ଜଣାପଡିଛି। ତେବେ ସଂଗ୍ରହ ପାଣି ନମୂନାର ରିପୋର୍ଟ ଆସିବା ପରେ ଯାଇ ଡାଇରିଆ ଭୂତାଣୁ ନା ଅନ୍ୟ କିଛି ରୋଗ ତାହା ସ୍ପଷ୍ଟ ହେବ ବୋଲି ତଦନ୍ତ କରିବାକୁ ଯାଇଥିବା ଡାକ୍ତର ସୁରଜ କୁମାର ଜେନା ପ୍ରକାଶ କରିଛନ୍ତି।

   Related Posts