Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ନବରଙ୍ଗପୁର ଆଟିଗାଁରେ ବ୍ୟାପିଛି ଅଜଣା ରୋଗ, ଦେଢ ମାସରେ ନେଲାଣି ୧୮ ଜୀବନ

16/09/2020 at 4:02 PM

ନବରଙ୍ଗପୁର,୧୬|୦୯: ନବରଙ୍ଗପୁର  କଷାଗୁମୁଡ଼ା ବ୍ଲକ ବଡ଼ ଆଟିଗାଁରେ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ଗତ ଅଗଷ୍ଟ ମାସରୁ ଆଜି ଯାଏଁ ପ୍ରାୟ  ଦେଢ଼ ମାସ ମଧ୍ୟରେ ଏହି ଅଜଣା ରୋଗ ପ୍ରାୟ ୧୮ ଜୀବନ ନେଲାଣି।  ତେବେ ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ। 

ଏହି ଅଜଣା ରୋଗରେ ୩-୪ ଦିନ ଅନ୍ତରରେ ଜଣଙ୍କର ମୃତ୍ୟୁ ଘଟୁଛି । ପ୍ରାଣ ହରାଇଥିବା ୧୮ ଜଣଙ୍କ ମଧ୍ୟରେ ଏକ ବର୍ଷରୁ କମ୍ ବୟସର ୩ ଜଣ, ୨ଜଣ ଯୁବତୀ ରହିଛନ୍ତି ।

ସେହିପରି ୨୫ ରୁ ୩୫ ବର୍ଷ ବୟସର ୭ ଜଣ ଓ ୪୦ ରୁ ୫୦ ବର୍ଷ ବୟସର ୬ ଜଣ ମୃତ୍ୟୁମୁଖରେ ପଡିଛନ୍ତି । ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ପ୍ରଥମେ ଜ୍ୱର ଓ ପରେ ଝାଡା ବାନ୍ତି ହୋଇଥିଲା । ଏହାର କିଛି ଦିନ ପରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଅଜଣା ରୋଗକୁ ନେଇ ବଡ଼ ଆଟିଗାଁ ପଞ୍ଚାୟତ ବାସୀ ଭୟଭୀତ ହୋଇ ରହିଛନ୍ତି।

   Related Posts