ସ୍କୁଲ ସମ୍ମୁଖରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 20, 2018 IST

ଭୁବନେଶ୍ୱର ୨୧/୮ : ଆଜି ବଡି ଭୋରରୁ ଆଇଆରସି ଭିଲେଜ୍ ହାଇସ୍କୁଲ ସମ୍ମୁଖରୁ ଏକ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି । ନୟାପଲ୍ଲୀ ଥାନା ପୋଲିସ ଉକ୍ତ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ ବ୍ୟକ୍ତିଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ବ୍ୟକ୍ତିଙ୍କ ନିକଟରେ ଏକ ଚପଲ ପଡିଥିବା ଦେଖିବାକୁ ମିଳିଛି । ତାଙ୍କ ନିକଟରୁ ଏକ ମୋବାଇଲ ଫୋନ୍ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ଖୋଳତାଡ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.