କେନ୍ଦ୍ରାପଡାରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର, ହାତରେ ଲେଖା ଅଛି ଉମେଶ

Published By : Prameya-News7 Bureau | June 03, 2019 IST

କେନ୍ଦ୍ରାପଡ଼ା ୩|୬: କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ହରିଅଙ୍କ ଗ୍ରାମର ବେଲମାଳ ମଠ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏଠାରେ ମୃତ ଦେହଟି ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର୍ ପାଇ ସଦର ଥାନା ପୋଲିସ ସାଇଣ୍ଟିଫିକ ଦଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଥିଲା । ତେବେ ନଦୀ ପାଣିରେ ବୁଡି ରହିଥିବାରୁ ମୃତ ଦେହ ଟି ଫୁଲି ଯାଇଛି । ମୃତ ବ୍ୟକ୍ତିଙ୍କ ବାମ ହାତରେ ଉମେଶ ବୋଲି ଲେଖାଯାଇଛି ପୁଲିସ ମୃତ ଦେହଟିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣା ର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.