ଭୁବନେଶ୍ବରରୁ ଅଜଣା ମୃତଦେହ ଉଦ୍ଧାର
5/11/2018 at 10:30 AM

ଭୁବନେଶ୍ବର ୫/୧୧: ମଞ୍ଚେଶ୍ବର ଥାନା ଅଧୀନ ଗଙ୍ଗୁଆ ନାଳ କଡରୁ ଏକ ଅଜଣା ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଛି। ହତ୍ୟା ପରେ କ୍ଷତବିକ୍ଷତ ମୃତଦେହକୁ ଅଖାରେ ବାନ୍ଧି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି।ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ମଞ୍ଚେଶ୍ବର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।