ମିଳିଲା ରାସ୍ତାକଡରେ ପଡିଥିବା ମୃତା ମହିଳାଙ୍କ ପରିଚୟ : ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

Published By : Prameya-News7 Bureau | December 26, 2019 IST

ଆନନ୍ଦପୁର ୨୬/୧୨: ରାମଚନ୍ଦ୍ରପୁର ଥାନା ଏନ ଏଚ୨୦ ରାସ୍ତା ପାର୍ଶ୍ବ ମଛାଳୋ ଛକ ନିକଟରୁ ଅଜଣା ମହିଳା ଙ୍କ ମୃତଦେହ ମିଳିବା ଘଟଣାରେ ମୃତା ମହିଳାଙ୍କ ପରିଚୟକୁ ନେଇ ଲାଗିରହିଥିବା ସସପେନ୍ସ ଉପରୁ ପରଦା ଉଠାଇଛନ୍ତି ମହିଳାଙ୍କ ଭାଇ|

 ଗଣମାଧ୍ୟମରୁ ଖବର ପାଇ ନିଖୋଜ ଥିବା ନିଜ ଭଉଣୀ ସନ୍ଦେହ ନେଇ ଘଷିପୁରା ଥାନା ଶୈଲଙ୍ଗ ଗାଁର ଆର୍ତ୍ତତ୍ରାଣ ନିଜ ଭଉଣୀ ରାନୁରାଣୀ ପୃଷ୍ଟି ବୋଲି ଚିହ୍ନଟ କରିଥିଲେ| ରାନୁ ପାଖାପାଖି ଅଢେଇ ବର୍ଷ ହେବ ଘଷିପୁରା ଥାନା କେଶଦୁରାପାଳ ଗାଁର ବନମାଳୀ ପୃଷ୍ଟିଙ୍କ ପୁଅ ସୁକାନ୍ତ ପୃଷ୍ଟିଙ୍କୁ ବିବାହ କରିଥିଲେ| ପାରିବାରିକ ମନମାଳିନ୍ୟ ଯୋଗୁ ଗତ କୁମାରପୁର୍ଣିମାଠୁ ରାନୁ ଆସି ଶୈଲଙ୍ଗଠାରେ ନିଜ ବାପଘରେ ରହିଥିଲେ| ଗତ୧୮ ତାରିଖରେ ବାପ ଘରୁ ରାନୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ | ଆଜି ତାଙ୍କ ମୃତଦେହ ରାସ୍ତା କଡରୁ ମିଳିବା ଘଟଣାକୁ ନେଇ ବାପଘର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଛନ୍ତି| ବାପଘରେ ରହଣି ସମୟରେ ଦୁଇଟି ନମ୍ବରକୁ ରାନୁଙ୍କ ବାରମ୍ବାର କଥାବାର୍ତ୍ତାକୁ ନେଇ ସନ୍ଦେହ ଏବେ ଘନୀଭୂତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.