ବଲାଙ୍ଗୀର ରିଙ୍ଗ୍ ରୋଡ୍ ଗେଟସରୋବର ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
18/10/2019 at 5:39 PM

ବଲାଙ୍ଗୀର୧୮|୧୦: ପାଣିରେ ଭାଷୁଥିବା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଟାଉନଥାନା ନ୍ତର୍ଗତ ରିଙ୍ଗରୋଡ କଡରେ ଥିବା ଗେଟସରୋବର ପୋଖରୀରୁ ଶବ ଉଦ୍ଧାର ହୋଇଛି।

ପଡାରେଥିବା ପୋଖରୀରୁ ଆଜି ସକାଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାଷୁଥିବା ଦେଖିଥିଲେ ସ୍ଥାନିୟ ବାସିନ୍ଦା। ଏନେଇ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ। ତେବେ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ସେପଟେ ପୋଖରି ପାଖରେ ରହୁଥିବା କିଛି ଲୋକ ଏହାକୁ ହତ୍ୟା ଅଭିଯୋଗ କରିଛନ୍ତି ।

ମୃତ ବ୍ୟକ୍ତି ଜଣଙ୍କ ଦେହରେ ସବୁଜ ରଙ୍ଗର ଗଞ୍ଜି ପିନ୍ଦିଥିବା ବେଳେ ଦେହରେ ରହିଛି ପଇତା। ଗୋଟିଏ ଫୁଲ ପ୍ୟଣ୍ଟ ପିନ୍ଧିଛନ୍ତି ବ୍ୟକ୍ତି ଜଣକ। ତେବେ ପାଣିରେ ଦିର୍ଘ ଦୁଇ ଦିନ ରୁ ଅଧିକ ସମୟ ରହିଯାଇଥିବା ପ୍ରଥମିକ ତଦନ୍ତରୁ ଅନୁମାନ କରିଛି ପୋଲିସ। ପୋଷ୍ଟ ମର୍ଟମ ରିପୋର୍ଟ

ଯେଉଁ ସ୍ଥାନରୁ ଶବଟି ଉଦ୍ଧାର ହୋଇଛି ସେଠାରେ ସବୁବେଳେ ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡା ଜମୁଥିବା ବେଳେ ବାରମ୍ବାର କିଛି ନା କିଛି ଘଟଣା ଘଟିଥାଏ । ସେଥି ପ୍ରତି ମଧ୍ୟ ଧ୍ୟାନ ଦେବା ସହ ସେ ଅଞ୍ଚଳରେ ପୋଲିସ ନଜର ରଖିବା ପାଇଁ ଦାବି ହୋଇଛି।