Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲ ତଳୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

11/05/2019 at 7:49 AM

ଉଦଳା ୧୧|୫: ପୋଲ ତଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦଳା ଟ୍ୟାକ୍ସି ଷ୍ଟାଣ୍ଡ ନିକଟ ପୋଲ ତଳୁ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଉଦଳା ଥାନା ଅନ୍ତର୍ଗତ ଉଦଳା ଟ୍ୟାକ୍ସି ଷ୍ଟାଣ୍ଡ ନିକଟ ପୋଲ ତଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର ରାସ୍ତାରେ ଯାଉଥିବା ଲୋକ ଦେଖିବାକୁ ପାଇଥିଲେ । ଯୁବକ ଜଣକ ପୋଲ ତଳେ ପାଣିରେ ମୁହଁ ମାଡି ପଡିଥିବା ବେଳେ ତାଙ୍କର ପରିଚୟ ମିଳିପାରିନାହିଁ । ତେବେ ତାଙ୍କର ବୟସ ପାଖାପାଖି ୩୦ ହେବ ବୋଲି ଅନୁମାନ କରାଯାଉଛି । ତେବେ ମୃତ ଯୁବକର ପରିଚୟ ମିଳିପାରି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

   Related Posts