Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ନଦୀରେ ଭାସୁଛି ଗଳିତ ମୃତଦେହ , ହତ୍ୟା ସନ୍ଦେହ

28/09/2019 at 2:19 PM

ପାଟଣା୨୮|୯: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ  ମଙ୍ଗଳପୁର ସ୍ଥିତ ଦେଓ ନଦୀରୁ ଭାସୁଥିବା ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଠାବ ହୋଇଛି। ଆଜି ସକାଳୁ କିଛି ଲୋକ ନଦୀ କୁ ଯାଇଥିବା ସମୟରେ ମୃତଦେହ  ଭାସୁଥିବାର ଦେଖି  ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ କୁ ଉଦ୍ଧାର ପରେ ଜବତ  କରି ତଦନ୍ତ ଚଳାଇଛି। ପ୍ରକୃତ କାରଣ ଜଣା ପଡି ନଥିବା ବେଳେ କେହି ହତ୍ୟାକରି ନଦୀରେ ଫିଙ୍ଗି ଦେଇଥିବା ସନ୍ଧେହ କରାଯାଉଛି। ମୃତଦେହ  ୨/୩ ଦିନ ହୋଇଥିବା ଅନୁମାନ କରାଯାଉଛି।

   Related Posts