ନଦୀ ଘାଟରୁ ମିଳିଲା କପଡାରେ ଗୁଡା ହୋଇଥିବା ମୃତଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | September 12, 2019 IST

ବୌଦ୍ଧ ୧୨।୯: ବୌଦ୍ଧ ତେଲ ନଦୀ ଘାଟରୁ ଅଜଣା ମୃତଦେହ ଉଦ୍ଧାର ହୋଇଛି । କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କମଘାଟ ଗାଁ ନଦୀ ଘାଟରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

{"id":156521}

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କମଘାଟ ଗାଁ ନଦୀ ଘାଟରେ ଜଣଙ୍କର ମୃତଦେହ ଦେଖିଥିଲେ ଗ୍ରାମବାସୀ । ସକାଳୁ ସକାଳୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ମୃତଦେହଟି ଏକ କପଡାରେ ଗୁଡାଇ ହୋଇଥିବା ଦେଖିବାକୁ ମିଳିଛି । ତେବେ ହତ୍ୟା ପରେ ମୃତଦେହକୁ କେହି ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ କଣ୍ଟାମାଳ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.