ଡ୍ରେନ୍ରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
12/07/2019 at 11:02 AM

ପାରାଦୀପ ୧୨|୭: ପାରାଦୀପ ଅଠରବାଙ୍କୀ ବଜାର ସ୍ଥିତ ଡ୍ରେନ୍ ରୁ ଏକ ଅଚିହ୍ନା ମୄତଦେହ ଉଦ୍ଧାର ହୋଇଛି । ମୄତକର ପରିଚୟ ମିଳି ପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ପାରାଦୀପ ଅଠରବାଙ୍କୀ ବଜାର ସ୍ଥିତ ଡ୍ରେନ୍ ଭିତରେ ଏକ ମୄତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଲୋକମାନେ ଏ ଅନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ମୄତକଙ୍କ ପରିଚୟ ମିଳି ପାରିନଥିବା ବେଳେ ମୄତକଙ୍କ ବୟସ ପ୍ରାୟ ୫୦ ବର୍ଷରୁ ଅଧିକ ହୋଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି । ମୄତକଙ୍କ ନିକଟରେ ମଦ ବୋତଲ ଜବତ ହୋଇଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।