ବସ୍ତାରେ ବନ୍ଧା ଅବସ୍ଥାରେ ନଦୀରୁ ମିଳିଲା ମୃତଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | September 04, 2019 IST

ନିଶ୍ଚିନ୍ତକୋଇଲି ୪: ବସ୍ତା ମଧ୍ୟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ନିଶ୍ଚିନ୍ତକୋଇଲି ଥାନା କେଳାକୁଦ ମଠ ନିକଟ ଲୁଣାନଦୀରୁ ମିଳିଲା ମୃତଦେହ । ତେବେ ମୃତଦେହଟି ମହିଳା କିମ୍ବା ପୁରୁଷଙ୍କର ତାହା ଜଣାପଡିନାହିଁ ।ଘଟଣାସ୍ଥଳରେ ଏଯାଏଁ ପୋଲିସ ପହଞ୍ଚିନାହିଁ ।

{"id":152780}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ପଂଚାୟତର କେଳାକୁଦ ମଠ ଲୁଣା ନଦୀରୁ ଏକ ବସ୍ତାରେ ବନ୍ଧା ହୋଇ ଶବ ପଡ଼ିଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ। ଶବଟି ବସ୍ତାରେ ଭର୍ତ୍ତି ହୋଇ ରହିଥିବାରୁ ତାହା ପୁରୁଷ କିମ୍ବା ମହିଳାଙ୍କ ତାହା ଜଣା ପଡିନାହିଁ।ବସ୍ତା ଭିତରୁ ହାତର କିଛି ଅଂଶ ପଦାକୁ ଦେଖାଯିବାରୁ ଏହା ଏକ ମୃତଦେହ ବୋଲି ଜଣାପଡୁଛି।

{"id":152781}

ନିଶ୍ଚିନ୍ତକୋଇଲି ପୋଲିସ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନାହିଁ। ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ କେହି ହତ୍ୟା କରି ନଦୀରେ ଭସାଇଦେଇଥିବା ସନ୍ଦେହ କରାଯାଉଛି । ଗତକାଲି ଲୁଣା ନଦୀରୁ ପାଣି କମିଯିବାରୁ ବସ୍ତାଟି ବାଲିରେ ଲାଗି ରହିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.