Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଠାନସାହି କେନାଲରେ ଭାସୁଛି ଅଜଣା ଶବ : ଦେହରେ ବସ୍ତ୍ର ନାହିଁ, ଅସମ୍ଭବ ଭାବେ ଫୁଲିଯାଇଛି

1/09/2019 at 1:12 PM

ଭଦ୍ରକ ୧|୯:  ଭଦ୍ରକ ସହରର ପୁରୁଣା ବଜାର ଥାନା ଅନ୍ତର୍ଗତ ଛଡାକ ମହଲାର ପଠାନସାହି କେନାଲରେ ଏକ ଗଳିତ ଶବ ଭାସୁଥିବା ଦେଖିବାକୁ ମିଳିଛି । ଲୋକଙ୍କଠୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଏଯାଏଁ ଶବକୁ ଉଦ୍ଧାର କରିନାହିଁ ।

ତେଣୁ ଶବଟି ପୁରୁଷ ବା ମହିଳାଙ୍କର ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଶବଟି ମୁହଁମାଡି ପାଣିରେ ଭାସୁଛି । ଶବଟି ଅତ୍ୟଧିକ ଫୁଲିଯାଇଥିବାରୁ ଚିହ୍ନଟ କରିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏହି କେନାଲକୁ ଶବ କେମିତି ଆସିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଏହି କେନାଲରେ ବୁଡିଯାଇ ପ୍ରାଣ ହରାଇବା ଆଶଂକା ନଥାଏ ।

ତେଣୁ କେହି କାହାକୁ ହତ୍ୟା କରି କେନାଲରେ ଭସେଇ ଦେଇଥିବା ଆଲୋଚନା ହେଉଛି । ତେବେ ପୋଲିସ ଶବ ଉଦ୍ଧାର କରିବା ସହ ଚିହ୍ନଟ ହେବାପରେ ଯାଇ ଘଟଣା ପଛର ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି ।

   Related Posts