ବ୍ରାହ୍ମଣୀ ନଦୀରୁ ଅଜଣା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | October 15, 2020 IST


ଦେବଗଡ: ବାରକୋଟ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ପୋଲ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୁରୁବାର ସନ୍ଧ୍ୟା ସମୟରେ ବାରକୋଟ ଠାରେ ବ୍ରାହ୍ମଣୀ ନଦୀ ଉପରେ ଥିବା ପୋଲ ଉପରୁ ଜଣେ ବ୍ୟକ୍ତି ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମତ୍ସ୍ଯଜୀବୀ ଓ ସ୍ଥାନୀୟ ବାସିନ୍ଦା ଦେଖିଥିଲେ ବୋଲି ପୋଲିସ କହିଛି ।

ପରେ ପୋଲ ତଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ପକେଟରୁ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଡାକ୍ତରଖାନାର ଏକ ପ୍ରେସକ୍ରିପସନ ପୋଲିସ ପାଇଛି। ଯେଉଁଥିରେ ସଂପୃକ୍ତ ବ୍ୟକ୍ତିଙ୍କ ସାଜ୍ଞା ମହାକୁଳ ଲେଖାଥିବା ବେଳେ ବୟସ 68 ବର୍ଷ ଲେଖାଯାଇଛି । ବାରକୋଟ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.