କେନାଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 29, 2019 IST

ସୋର ୨୯୮: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବରଦା କେନାଲରୁ ଜଣେ ଅଚିହ୍ନା ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି । ଉକ୍ତ ଯୁବକଙ୍କ ମୃତଦେହ ସ୍ଥାନୀୟ ଲୋକମାନେ ଦେଖି ଅଡା ଦମକଳ ଅଧିକାରୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଡା ଦମକଳ ଅଧିକାରୀ ପହଞ୍ଚି ମୃତ ଯୁବକଙ୍କୁ ଉଦ୍ଧାର କରି ସିମୁଳିଆ ମେଡିକାଲକୁ ଆଣିଥିଲେ । ଖବର ପାଇ ସିମୁଳିଆ ପୋଲିସ ପହଞ୍ଚି ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲକୁ ପଠାଇଥିବେ ବେଳେ ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.