ପୋଲ ତଳେ ଭାସୁଛି ଅଜଣା ଶିଶୁର ମୃତଦେହ, ବ୍ୟାଗ୍ ଭିତରୁ ମିଳିଲା

Published By : Prameya-News7 Bureau | September 20, 2020 IST

ପାଟଣା ୨୦।୯: ପୋଲ ତଳେ ଭାସୁଛି ଅଜଣା ଶିଶୁର ମୃତଦେହ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ନୂଆପଡାରୁ ଘଟଗାଁ ବ୍ଲକ ରେଙ୍ଗଳବେଡାକୁ ସଂଯୋଗ କରୁଥିବା କୁକୁରକଟା ପୋଲ ତଳେ ଅଜଣା ଶିଶୁର ଶବ ଭାସୁଥିବା ଦେଖିବାକୁ ମିଳିଛି ।

ନୂଆପଡ଼ା ଗ୍ରାମର କିଛି ପିଲା ପୋଲ ନିକଟକୁ ଯାଇଥିବା ବେଳେ ପୋଲ ତଳେ ଏକ ବ୍ୟାଗ ଭାସୁଥିବା ଦେଖିବାକୁ ପାଇଥିଲେ । ବ୍ୟାଗରେ କଣ ଅଛି ଦେଖିବାକୁ ପିଲାମାନଙ୍କ ଆଗ୍ରହ ବଢିବାରୁ ସେମାନେ ବ୍ୟାଗଟିକୁ ଖୋଲି ଦେଇଥିଲେ । ବ୍ୟାଗ ଭିତରେ ଶିଶୁର ମୃତଦେହ ଦେଖି ପିଲାମାନେ ଡରି ଯାଇ ଘଟଣାସ୍ଥଳରୁ ପଳାଇଯାଇ ଗାଁରେ ଜଣାଇଥିଲେ ।

ପରେ ଗାଁଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଶିଶୁର ଶବଟିକୁ କିଏ ଓ କେଉଁ ଉଦ୍ଦେଶ୍ୟରେ ନଦୀରେ ପିଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.