ନୀଳଗିରିରେ ଅଜଣା ଜନ୍ତୁ ଆତଙ୍କ, ଗୃହପାଳିତ ପଶୁଙ୍କୁ କରୁଛି ଆକ୍ରମଣ
22/01/2021 at 11:42 AM

ନୀଳଗିରି ୨୨।୧: ନୀଳଗିରି ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣ ଭୟ ଦେଖାଦେଇଛି । ବଡ଼ବିଲ ଓ ବଲବଲିଆ ଗାଁରେ ଗୃହପାଳିତ ପଶୁଗୁଡିକୁ ଅଜଣା ଜନ୍ତୁ ଆକ୍ରମଣ କରୁଛି । ସପ୍ତାହକ ମଧ୍ୟରେ ଅଞ୍ଚଳରେ ଛେଳି, କୁକୁଡ଼ା, ଗୋରୁମାନକୁ ମରଣାନ୍ତକ ଆକ୍ରମଣ କରୁଛି । ଛେଳି କୁକୁଡ଼ା ମାରି ଖାଇଦେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଗୁରୁବାର ରାତିରେ ବଲବଲିଆ ଗ୍ରାମରେ ବାଛୁରୀ ଛୁଆକୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ କୁକୁଡ଼ାକୁ ମାରିଥିବା ଦେଖାଯାଇଛି । ଏହାର ଦେଖିବାକୁ ସିମ୍ପାଜୀ ଭଳି ବୋଲି ଲୋକକେ କହୁଛନ୍ତି । ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି ।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021