Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

୫ ବର୍ଷ ପରେ ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ, ମାରି ଖାଇଲା ୧୫ଟି ମେଣ୍ଡା, ୩୦ରୁ ଅଧିକ ଆକ୍ରମଣର ଶିକାର

6/04/2021 at 2:29 PM

ନିଆଳି ୬।୪: ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ । ୫ ବର୍ଷ ବ୍ୟବଧାନ ପରେ ମେଣ୍ଢା ମାରି ଖାଉଥିବା ଜନ୍ତୁ ପୁଣି ଥରେ ନିଆଳିରେ ମେଣ୍ଢା ମାରିବା ଆରମ୍ଭ କରିଛି । ୨ ଦିନର ବ୍ୟବଧାନରେ ୧୫ଟି ମେଣ୍ଢା ମାରିବା ସହିତ ୩୦ରୁ ଅଧିକ ମେଣ୍ଢାକୁ ଆକ୍ରମଣ କରିଛି । ଯାହାକୁ ନେଇ ମେଣ୍ଢା ପଲ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ପୂର୍ବରୁ ନିଆଳି ଅଞ୍ଚଳରେ ମେଣ୍ଢା ମୃତ୍ୟୁ ଏକ ରହସ୍ୟ ହୋଇ ରହିଥିବା ବେଳେ ବନ ବିଭାଗ କି ପ୍ରଶାସନ  ତା  ଉପରୁ ପରଦା  ଉଠାଇ ପାରି ନଥିଲେ । ଏବେ ପୁଣି ଗତ ୩ ତାରିଖରେ ନିଆଳି ବାଘମରା ଗ୍ରାମରେ ବିରଞ୍ଚି ନାରାୟଣ ଦାସଙ୍କ ୧୦ଟି ମେଣ୍ଢାକୁ ଅଜଣ ଜନ୍ତୁ ଆକ୍ରମଣ କରି ମାରିଥିବା ବେଳେ ମଙ୍ଗଳବାର ପୁଣି ତାଙ୍କର ଆଉ ୪ଟି ମେଣ୍ଢାକୁ ମାରିଛି । ଏହା ପୁଣି ଥରେ ନିଆଳି ଅଞ୍ଚଳର ମେଣ୍ଢା ଚାଷୀଙ୍କ ନିଦ ହଜାଇ ଦେଇଛି । ୨୦୧୮ ମସିହାରେ ମେଣ୍ଢା ମଡକ ନିଆଳିକୁ ଫେରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ବନ ବିଭାଗ, ପ୍ରାଣୀ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ବିରଞ୍ଚି ନାରାୟଣ ଦାସଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପୁଣି ଏଭଳି ଘଟଣାର ପୁନରାବୃତ୍ତି ଘଟିବାରୁ ମେଣ୍ଢା ଚାଷୀ ବିରଞ୍ଚିଙ୍କ ସହ ସ୍ଥାନୀୟ ଅଞ୍ଚଳର ମେଣ୍ଢା ଚାଷୀମାନଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ତୁରନ୍ତ କ୍ଷତିପୂରଣ ଓ ପ୍ରତିକାର ନ ହେଲେ ପୁଣି ରାତିରେ ଠେଙ୍ଗା ବାଡ଼ି ଉଠିବ ଆଉ ନିଆଁ ଜଳିବ ବୋଲି ଲୋକେ କହିଛନ୍ତି । ପୋଷ୍ଟମର୍ଟମ ପରେ ଅଜଣା ଜନ୍ତୁ ମେଣ୍ଢା ମାରିଥିବା ପ୍ରାଣୀଧନ ଚିକିତ୍ସl ଅଧିକାରୀ ସୂଚନା ଦେଇଛନ୍ତି ।

ମେଣ୍ଢା ମୃତ୍ୟୁ ସଂଖ୍ୟା ବଢିବା ପୂର୍ବରୁ ପ୍ରଶାସନ ଓ  ବନ ବିଭାଗ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।

   Related Posts