ଏହି ହଟ୍‌ ଅଭିନେତ୍ରୀ ବିଭିନ୍ନ ସମୟରେ ଅକ୍ଷୟକୁମାର, ମିଥୁନ ଏବଂ ନାନା ପାଟେକରଙ୍କ ପ୍ରେମିକା ଥିଲେ, ଜାଣନ୍ତୁ ତାଙ୍କ ସମ୍ପର୍କରେ

Published By : Prameya-News7 Bureau | January 14, 2019 IST

wp:heading {"level":5}
ମୁମ୍ବାଇ ୧୪|୦୧: ସିନେମା ଜଗତରେ ପ୍ରତ୍ୟେକ କଳାକାରଙ୍କ ଷ୍ଟାରଡମ କିଛି ସମୟ ପାଇଁ ହିଁ ଥାଏ। ଯାହା ସମୟ ସହ ଶେଷ ହୋଇଯାଏ। ବଲିଉଡର ୭୦ ଦଶକରେ ଯେବେ ରାଜେଶ ଖନ୍ନା ସୁପରଷ୍ଟାରର ଟାଇଟଲ ଓ ଲୋକପ୍ରିୟତା ହାସଲ କରିଥିଲେ କେହି ଭାବିନଥିଲେ ଯେ ଅମିତାଭ ବଚ୍ଚନ ମଧ୍ୟ କେବେ ତାଙ୍କ ଜାଗା ନେଇପାରିବେ। ଜାଣନ୍ତୁ ଏମିତି ଜଣେ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ ଯିଏ ୯୦ ଦଶକରେ ସମସ୍ତଙ୍କ ଦିଲରେ ରାଜ କରୁଥିଲେ। କିନ୍ତୁ କିଛି ଭୁଲ ନିଷ୍ପତି ପାଇଁ ତାଙ୍କ କ୍ୟାରିଅର ନଷ୍ଟ ହୋଇଯାଇଥିଲା।
/wp:heading {"id":73866,"width":595,"height":396}
wp:heading {"level":5}
 ବଲିଉଡ ଅଭିନେତ୍ରୀ ଆୟଶା ଜୁଲକା ୯୦ ଦଶକର ବେଶ ଚର୍ଚ୍ଚିତ ଥିଲେ। ୯୦ ଦଶକର ସବୁ ସୁପରଷ୍ଟାରଙ୍କ ସହ ଆୟଶା କାମ କରିଛନ୍ତି। ଅକ୍ଷୟ କୁମାରଙ୍କ ସହ ତାଙ୍କ ଯୋଡି ସବୁଠାରୁ ଅଧିକ ଜମୁଥିଲା। ଉଭୟଙ୍କର ଆଫେୟାର ଥିଲା ବୋଲି ଚର୍ଚ୍ଚା ହଉଥିଲା। ଆୟଶା ଏହି ରିଲେସନରେ ସିରିଅସ ଥିଲେ। ସେ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ, କିନ୍ତୁ ଅକ୍ଷୟ କୁମାର ଆୟଶାଙ୍କୁ ପ୍ରତିଶ୍ରୃତି ଦେଇନଥିଲେ। ତେବେ କେତେକ କାରଣରୁ ଦୁହେଁ ଅଲଗା ହୋଇଯାଇଥିଲେ।
/wp:heading {"id":73870,"width":587,"height":448}



ଅକ୍ଷୟ କୁମାର ଓ ଆୟଶା ଜୁଲକାଙ୍କ ବ୍ରେକ ଅପ ପରେ ତାଙ୍କ ନାଁ ମିଥୁନ ଚକ୍ରବର୍ତ୍ତିଙ୍କ ସହ ଯୋଡାଯାଇଥିଲା। ମିଥୁନ ଆୟଶାଙ୍କଠୁ ବୟସରେ ୨୨ ବର୍ଷ ବଡ ଥିଲେ। ବ୍ରେକ ଅପ ପରେ ଆୟଶା ମିଥୁନଙ୍କ ସହ ଲିଭ-ଇନରେ ରହୁଥିଲେ। କିନ୍ତୁ ଉଭୟଙ୍କ ସମ୍ପର୍କ ମଧ୍ୟ ବେଶି ଦିନ ଚାଲିନଥିଲା।

{"id":73871}

କେବଳ ଅକ୍ଷୟ କୁମାର ଓ ମିଥୁନ ଚକ୍ରବର୍ତ୍ତି ନୁହନ୍ତି ଏହା ପରେ ଆୟଶା ଜୁଲକାଙ୍କ ନାଁ ନାନା ପାଟେକର ସହ ଯୋଡା ଯାଇଥିଲା। ୨୦୦୩ ମସିହାରେ ରିଲିଜ ହୋଇଥିବା ଆଁଚ ଫିଲ୍ମରେ ଦୁହିଙ୍କର ଅନେକ ବୋଲ୍ଡ ସିନ ଥିଲା। ଉଭୟଙ୍କ ବୋଲ୍ଡ ସିନ ଇଣ୍ଡଷ୍ଟ୍ରିରେ ବିବାଦ ମଧ୍ୟ ସୃଷ୍ଟି କରିଥିଲା। ନାନା ପାଟେକରଙ୍କ ଖରାପ ବ୍ୟବହାର ଏହି ବ୍ରେକଅପର କାରଣ ଥିଲା।

{"id":73873,"width":590,"height":566}

ଆଜିକାଲି ଟେଲିଭିଜନରେ କମ ଦେଖାଯାଉଥିବା ଆୟଶା ଜୁଲକା ଏବେ ଜଣେ ସଫଳ ବିଜନେସ ୱମେନ। ୨୦୦୩ ମସିହାରେ ଆୟଶା କନଷ୍ଟ୍ରକଶନ ଟାଇକୁନ ସମୀର ୱାଶିଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ନିଜ ସ୍ୱାମିଙ୍କୁ ବିଜନେସରେ ସହଯୋଗ କରୁଥିଲେ। ଏହା ସହ ସ୍ପା ଏବଂ ନିଜର  ପୋଷକ ବ୍ୟବସାୟ(ଏଡିସନ)କୁ ନିଜେ ସମ୍ଭାଳୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.