ପୋଖରୀରେ ଭାସୁଛି ଅଚିହ୍ନା ଶବ
19/11/2019 at 10:32 AM

ସୋର ୧୯।୧୧: ପରିତ୍ୟକ୍ତ ପୋଖରୀରେ ଭାସୁଛି ଅଚିହ୍ନା ଶବ। ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଗୋପାଳପୁର ପଞ୍ଚାୟତ ନିକଟସ୍ଥ ଏକ ପରିତ୍ୟକ୍ତ ପୋଖରୀରେ ଭାସୁରହୁଛି ଅଚିହ୍ନା ଶବ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଗୋପାଳପୁର ପଞ୍ଚାୟତ ନିକଟସ୍ଥ ପୋଖରୀରେ ଶବ ଭାସୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ତିନି ଦିନ ଧରି ର୍ଦୁଗନ୍ଧ ହେଉଥିଲା, ଆଜି ସକାଳେ ଜଣେ ମହିଳା ଗୋରୁ ବାନ୍ଧିବାକୁ ପୋଖରୀ ନିକଟକୁ ଯାଇଥିବା ବେଳେ ଅଚିହ୍ନା ଶବ ଭାସୁଥିବାର ଦେଖିବାକୁ ପାଇଥିଲେ, ପରେ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଲୋକ ଭିଡ ହୋଇଥିଲା। ଘଟଣାସ ମ୍ପର୍କରେ ଗୋପାଳପୁର ଫାଣ୍ଡିକୁ ସ୍ଥାନୀୟଲୋକେ ଅବଗତ କରାଇଛନ୍ତି।
Related Posts
ନୀଳଗିରି: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ତଳକୁ ଖସିପଡିଲା ପତାକା
26 January 2021
ଚଣ୍ଡିଖୋଲ: ଗୋଚାଲାଣ ଗାଡି ଜବତ
26 January 2021