ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ଫୁଟିଲା ଗୁଳି, ୨ ମୃତ
4/02/2020 at 7:15 AM

ଓ୍ବାସିଂଟନ ୦୪।୦୨ : ଆମେରିକାରେ ପୁଣି ଗୁଳିମାଡ ହେଇଛି । ଗୁଳିମାଡ଼ରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଆମେରିକାରେ Texas Universityର Texas A& M Commerce campusରେ ସୋମବାର ଦିନ ଗୁଳିମାଡ ହୋଇଛି । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି । ସେହିପରି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ ।