ସିଙ୍ଗାପୁର ୟୁନିଭର୍ସିଟିର ଦାବି: ମେ' ୨୪ରେ ଭାରତ ୯୭ ପ୍ରତିଶତ କରୋନା ମୁକ୍ତ ହେବ, ଜୁନ୍‌ରେ ରୋଗ ନଥିବ

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ୨୮/୪: କେବେ କରୋନା କବଳରୁ ମୁକୁଳିବ ବିଶ୍ବ । ଏଇ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କିମାରୁଛି । ତେବେ ଏହାର ଏକ ଉତ୍ତର ଆସିଛି ସିଙ୍ଗାପୁରରୁ । ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ଡିଜାଇନ ପକ୍ଷରୁ ଏକ ଗବେଷଣାତ୍ମକ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ଡାଟାକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଆକଳନ କରାଯାଇଛି, କେଉଁ ଦେଶରୁ କେବେ କରୋନା ହଟିବ ।

{"id":261725,"sizeSlug":"large"}

ମେ ୨୪ ତାରିଖ ବେଳକୁ ଭାରତ ୯୭ ପ୍ରତିଶତ କରୋନା ମୁକ୍ତ ହେବ, ଏବଂ ଜୁନ ୩ ତାରିଖ ବେଳକୁ ଦେଶରୁ ୯୯ ପ୍ରତିଶତ କରୋନା ହଟିଯାଇଥିବ । କୋଭିଡ-୧୯ ନେଇ ଏମିତି ଏକ ରିପୋର୍ଟ ପ୍ରସ୍ତୁତ କରିଛି ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ଡିଜାଇନ ।

{"id":261726,"sizeSlug":"large"}

ଏହି ରିପୋର୍ଟ କହୁଛି କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାରୁ ମେ ୧୪ ବେଳକୁ ୯୭ ପ୍ରତିଶତ କୋଭିଡ-୧୯ ହ୍ରାସ ଘଟିଥିବ, ଏବଂ ମେ ୨୬ ବେଳକୁ ୯୯ ପ୍ରତିଶତ କମିଯିବ । ସାରା ପୃଥିବୀରୁ ୯୭ ପ୍ରତିଶତ COVID-19 ହଟିବ ମେ ୨୯ ବେଳକୁ ଏବଂ ଜୁନ ୧୫ ସୁଦ୍ଧା ୯୯ ପ୍ରତିଶତ କରୋନା ହ୍ରାସ ହେବ । ତେବେ ଡିସେମ୍ବର ୯ ତାରିଖ ବେଳକୁ ଯାଇ ସାରା ବିଶ୍ବ କରୋନା ମୁକ୍ତ ହେବ ।

{"id":261728,"sizeSlug":"large"}

ତେବେ କଣ ଏହି ମଡେଲ। ବିଶ୍ବରେ ପୂର୍ବରୁ ଦେଖାଦେଇଥିବା ମହାମାରୀର ଲାଇଫ ସାଇକଲକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସଂଖ୍ୟାରୁ କେତେଜଣ ସଂକ୍ରମିତ ହେଉଛନ୍ତି ଏହାକୁ ଆଧାର କରି ଏହି ବିଶେଷଜ୍ଞମାନେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

{"id":261729,"sizeSlug":"large"}

ଯେଉଁଥିରେ ଅନ୍ୟମହାମାରୀ ଭଳି କରୋନାରେ ମଧ୍ୟ ପ୍ରଥମ ସଂକ୍ରମଣ ପରେ ବହୁ ସଂଖ୍ୟାରେ ଲୋକ ପ୍ରଭାବିତ ହେବେ ଏହାର କିଛି ଦିନ ପରେ ସଂଖ୍ୟା ସ୍ଥିର ହୋଇ ଧିରେ ଧିରେ ଗ୍ରାଫ ତଳମୁହାଁ ହେବ। ଯାହାକୁ ଏସଆଇଆର ମଡେଲ ବୋଲି ନାଁ ଦେଇଛନ୍ତି। ତେବେ ଯଦି ସତର୍କତା ଅବଲମ୍ବନରେ କିଛି ଅବହେଳା କରାଯାଏ ତେବେ ସ୍ଥିତି ପୁଣି ଲେଉଟିପାରେ ବୋଲି ଏହି ଷ୍ଟଡିରେ ସତର୍କ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.