ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଭାଗ ନେଇପାରିଲେନି ପଶ୍ଚିମବଙ୍ଗ ରାଜ୍ୟପାଳ, ଜାଣନ୍ତୁ କାହିଁକି

Published By : Prameya-News7 Bureau | January 28, 2020 IST

କୋଲକାତା ୨୮।୧:  ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ଦୀପ ଧନକଡ ମଙ୍ଗଳବାର କୋଲକାତା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇନପାରି ଅଧବାଟରୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଥିଲାଗି ରାଜ୍ୟପାଳଙ୍କ ଅମନ୍ତ୍ରିତ କରାଯାଇଥିଲା। ତେବେ ତୃଣମୂଳ ଛାତ୍ର ସଙ୍ଗଠନ ରାସ୍ତାରେ ତାଙ୍କ କାରକେଡକୁ ଅଟକାଇ କଳାପତାକା ପ୍ରଦର୍ଶନ କରିବା ସହ 'ଗୋ ବ୍ୟାକ୍' ନାରାବାଜୀ କରିଥିଲେ। ଫଳରେ ରାଜ୍ୟପାଳ ଉତ୍ସବକୁ ନ ଯାଇ ପୁଣି ରାଜଭବନକୁ ଫେରିଆସିଥିଲେ।

{"id":217198,"sizeSlug":"large"}

ତେବେ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କୁ ଅପମାନିତ କରାଯିବା କିଛି ନୂଆ କଥା ନୁହେଁ। ଅତୀତରେ ଯାଦବପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମଧ୍ୟ ରାଜ୍ୟପାଳଙ୍କୁ ତୀବ୍ର ବିରୋଧ କରାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଛାତ୍ରଙ୍କ କବଳରୁ ରାଜ୍ୟପାଳ ଓ ଆମନ୍ତ୍ରିତ ଅତିଥି ବାବୁଲ ସୁପ୍ରିଓଙ୍କୁ ବାହାର କରିବାକୁ ଅର୍ଦ୍ଧସାମରିକ ବଳ ଡକାଇବାକୁ ପଡିଥିଲା।

{"id":217199,"sizeSlug":"large"}

ତେବେ ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଆଗକୁ ଆବଶ୍ୟକ ପଡିଲେ ରାଜ୍ୟପାଳଙ୍କୁ ଆମନ୍ତ୍ରଣ ନ କରି କୋଲକାତା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯିବ ବୋଲି କହିଥିଲେ। ରାଜ୍ୟପାଳ ତାଙ୍କ ଟ୍ୱିଟର ହାଣ୍ଡଲରେ ରାଜ୍ୟ ସରକାରଙ୍କୁ ସବୁ ବେଳେ ଟାର୍ଗେଟ କରୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା କହିଥିଲେ ଚାଟାର୍ଜୀ। ରାଜ୍ୟପାଳ ଭାବେ ଧନକଡ ଜଣେ ଅଯୋଗ୍ୟ ବ୍ୟକ୍ତିବୋଲି କହିବାକୁ ବି ଚାଟାର୍ଜୀ ପଛେଇ ନଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.