ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାସ୍ : ବିରୋଧୀଙ୍କ ହୋହଲ୍ଲା, ସରକାର କହିଲେ- ଶିକ୍ଷା କ୍ଷେତ୍ରରେ ଆସିବ ସ୍ୱଚ୍ଛତା

Published By : Prameya-News7 Bureau | October 06, 2020 IST

ଭୁବନେଶ୍ୱର, ୦୬ ।୧୦:   ଚାରି ଦିନ ବିତର୍କ ପରେ ବିଧାନସଭାରେ ପାରିତ ହେଲା ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଲ୍‌ । ନାରାବାଜି ଓ ହୋହଲ୍ଲା ଭିତରେ ବାଚନିକ ଭୋଟ ମାଧ୍ୟମରେ ବିଲ୍‌ ପାରିତ ହୋଇଛି । ନୂଆ ଆଇନ୍‌ରେ ସିନେଟ୍‌ ବ୍ୟବସ୍ଥା ଉଛେଦ ସହ କୂଳପତିଙ୍କ କାଯ୍ୟକାଳ ୩ ବର୍ଷ ପରିବତ୍ତେ ୪ ବର୍ଷ କରାଯାଇଛି । ବିଲ୍‌କୁ ବିରୋଧୀ କଳା ବିଲ୍‌ ବୋଲି ଅଭିହିତ କରୁଥିବାବେଳେ  ସରକାର କହିଛନ୍ତି ଏହି ବିଲ୍‌ ଦ୍ବାର ବିଶ୍ବବିଦ୍ୟାଳୟ ଆହୁରି ସଶକ୍ତ ହେବ ଓ ନିଯୁକ୍ତି ଠାରୁ ଆରମ୍ଭକରି ପଠା ପଢାଯାଏ ସବୁ କ୍ଷେତ୍ରରେ ସ୍ବଛତା ଆସିବ ।

{"id":339753,"sizeSlug":"large"}

ବିଧାନସଭାରେ ପାରିତ ହେଲା ଓଡିଶା ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୦ । ୪ ଦିନର ଆଲୋଚନା ପରେ ହୋହଲ୍ଲା ଭିତରେ ବାଚନିକ ଭୋଟରେ ବିଲ୍‌ ପାରିତ ହୋଇଛି । ନୂଆ ବିଲ୍‌ରେ ବିଶେଷ କରି ୭ଟି ଦିଗ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଏଣିକି ବିଶ୍ବବିଦ୍ୟାଳୟରେ ସିନେଟ ବ୍ୟବସ୍ଥା ରହିବ ନାହିଁ । କୂଳପତିଙ୍କ କାଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧିକରାଯାଇଛି ।କୂଳପତିଙ୍କ ସର୍ଚ୍ଚ କମିଟିରେ ରାଜ୍ୟପାଳଙ୍କ ଦ୍ଵାରା ମନୋନିତ ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଜଣେ ସରକାରୀ ଅଧିକାରୀ କିମ୍ବା କେନ୍ଦ୍ର ସଚିବ ସ୍ତରର ଅଧିକାରୀ ରହିବେ । ରାଜ୍ୟ ସରକାରଙ୍କ ପକ୍ଷରୁ  ଜଣେ ଶିକ୍ଷାବିତ ସଦସ୍ୟ ହେବେ । ସିଣ୍ଡିକେଟ୍‌କୁ ସଶକ୍ତ କରିବାକୁ ଜଣେ ଯୁଗ୍ମ ସଚିବ ଅଧିକାରୀ ରହିବେ । ନୂଆ ବ୍ୟବସ୍ଥା ଅନୁସାରେ ଓପିଏସସି ଅଧ୍ୟାପକ ନିଯୁକ୍ତି କରିବେ । ନନ୍‌ ଟିଚିଂ ଷ୍ଟାଫ ନିଯୁକ୍ତି ଦାୟୀତ୍ବ ରହିବ ଷ୍ଟେଟ ସିଲେକ୍ସନ ବୋର୍ଡ ହାତରେ । ଏଣିକି  ବିଶ୍ବବିଦ୍ୟାଳୟ ଅଡିଟ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ନହୋଇ ବିଶ୍ବବିଦ୍ୟାଳୟ ୱେବ୍‌ ସାଇଟ୍‌ ରେ ଉପଲବ୍ଧ ହେବାର ବ୍ୟବସ୍ଥା ରହିଛି । ବିଶ୍ବବିଦ୍ୟାଳୟର ସ୍ଥାବର ଓ ଅସ୍ଥାବର ସମ୍ପତି ଉପରେ ରାଜ୍ୟ ସରକାର ହସ୍ତକ୍ଷେପ କରିପାରିବେ । ଏହି ବିଲ୍‌ ଦ୍ବାରା ବିଶ୍ବବିଧ୍ୟାଳୟର autonomy ନଷ୍ଟ ହେୁନାହିଁ। ରାଜ୍ୟପାଳ ନଭେମ୍ବର 2018ରେ ଅଧ୍ୟାପକ ନିଯୁକ୍ତି OPSC ମାଧ୍ୟମରେ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେହି ଅନୁସାରେ ରାଜ୍ୟ ସରକାର ବିଲ୍‌ରେ ବ୍ୟବସ୍ଥା କରିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

ବିଧାନସଭାରେ ୪ ଦିନ ବିତର୍କ ହୋଇଥିଲା । କଂଗ୍ରେସ ଓ ବିଜେପି ସଦସ୍ୟ ମାନେ ବିତର୍କରେ ଭାଗନେଇ ଏହି ବିଲ୍‌କୁ କଡା ସମାଲୋଚନା କରିଥିଲେ। ବିଲରେ ବିଶ୍ବବିଦ୍ୟାଳୟ ମାନଙ୍କର ସ୍ବାୟତତ୍ତା କ୍ଷୁଣ୍ଣ ହେବ ବୋଲି ବିରୋଧୀ ଯୁକ୍ତି ବାଢିଥିଲେ । ଭିସି ଚୟନଠୁ ଆରମ୍ଭ କରି ଅଧ୍ୟାପକ ନିଯୁକ୍ତି ଯାଏ କୈଣସି ଥିରେ ସ୍ବଛତା ରହିବ ନାହିଁ ବୋଲି କଥା ଉଠାଇଥିଲେ । ହେଲେ ବିରୋଧୀଙ୍କ ଯୁକ୍ତିର କଡା ଜବାବ ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । କେନ୍ଦ୍ର ଆଇନ ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ଵନ୍ଦ୍ବ ନାହିଁ। ଅନ୍ୟ ରାଜ୍ୟ ଗୁଜୁରାଟ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ରେ ଭିସି ଚୟନରେ ସେହି ସବୁ ରାଜ୍ୟ ସରକାର ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ଓଡ଼ିଶାରେ ନିରପେକ୍ଷତା, ସ୍ବଚ୍ଛତାରେ ଭିସି ଚୟନ ହୋଇଥାଏ ।ଭିସି ନିଯୁକ୍ତି ରାଜ୍ୟପାଳ କରନ୍ତି ।

{"id":339754,"sizeSlug":"large"}

ବିଶ୍ବବିଧ୍ୟାଳୟ ସଂଶୋଧନ ବିଲ ଅର୍ଡିନାନ୍ସ ଆସିବା ଦିନଠୁ ଏହାକୁ ନେଇ ଗୃହ ଭିତରେ ଓ ବାହାରେ ବେଶ ଚର୍ଚ୍ଚା ଲାଗି ରହିଥିଲା । ବିଲ୍‌କୁ ପ୍ରବଳ ବିରୋଧ ବି ହେଉଥିଲା । ହେଲେ ବିଲ୍‌ ବିଧାନସଭାରେ ପାରିତ ହୋଇଛି ।  ରାଜ୍ୟପାଳଙ୍କ ମୋହର ବାଜିଲେ ଏହା ଆଇନରେ ପରିଣତ ହେବ । ୧୯୮୯ ମସିହାରୁ ଥିବା ୩୧ ବର୍ଷର ବିଶ୍ବବିଦ୍ୟାଳୟ ଆଇନରେ ପରିବର୍ତ୍ତନ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.