Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ବେଜିଂ ଉପରେ ଆମେରିକାର ପାହାର, ୩୩ ଚାଇନିଜ୍ କମ୍ପାନୀକୁ ବ୍ଲାକଲିଷ୍ଟ କଲେ ଟ୍ରମ୍ପ

25/05/2020 at 3:39 PM

ନୂଆଦିଲ୍ଲୀ ୨୫।୦୫: ଦୁନିଆର ଦୁଇ ମହାଶକ୍ତି ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ଏହି କ୍ରମରେ ଆମେରିକା ଚୀନ ଉପରେ ପ୍ରହାର କରି ୩୩ ଚାଇନିଜ୍‌ କମ୍ପାନୀ ଓ ସଂସ୍ଥାକୁ କଳାତାଲିକାଭୁକ୍ତ କରିଛି। କୁହାଯାଉଛି ଡ୍ରାଗନ ମଧ୍ୟ ପାଲଟା ଜବାବ ସ୍ଵରୂପ ଆମେରିକା କମ୍ପାନୀକୁ କଳାତାଲିକା ଭୁକ୍ତି କରିପାରେ।

ଆମେରିକାର ବାଣିଜ୍ୟିକ ବିଭାଗ ଶନିବାର ସେହି କମ୍ପାନୀକୁ କଳାତାଲିକାଭୁକ୍ତ କରିଛି, ଯେଉଁମାନେ ଆମେରିକା ଟେକ୍ନୋଲୋଜି ଓ ଅନ୍ୟ ବସ୍ତୁର ପ୍ରବେଶ ଉପରେ ରୋକ୍ ଲଗାଉଛନ୍ତି। କଳାତାଲିକାଭୁକ୍ତ କମ୍ପାନୀ ମଧ୍ୟରୁ ୨୪ କମ୍ପାନୀ ୟୁନିଭର୍ସିଟିର ସେନା ସହିତ ସମ୍ବନ୍ଧ ଥିବା ଏବଂ ୯ ସଂସ୍ଥା ଶିନଜିୟାଙ୍ଗ ପ୍ରାନ୍ତରେ ମାନବାଧିକାରର ଉଲ୍ଲଂଘନ କରୁଥିବା ଆରୋପ ଲାଗିଛି।

ଏହି ନିଷ୍ପତ୍ତି ପରେ କଳାତାଲିକାଭୁକ୍ତ ସୂଚୀରେ ସାମିଲ କମ୍ପାନୀ ଆମେରିକାର ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି। ବିଶ୍ଳେଷକଙ୍କ କହିବା କଥା ଏଥିରେ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବ। ଇଣ୍ଟରନେଟ୍‌ ସିକ୍ୟୁରିଟି ସଫ୍ଟଓୟାରର ରପ୍ତାନୀ କରୁଥିବା ଟେକ୍ନୋଲୋଜି କମ୍ପାନୀ Qihoo 360 କହିଛି, ଏହି ପଦକ୍ଷେପରେ କାରବାରକୁ ନେଇ ମଧ୍ୟ ରାଜନୀତି କରାଯାଉଛି।

ଭିଡିଓ ରେକର୍ଡର ଉତ୍ପାଦନ କରୁଥିବା କମ୍ପାନୀ ନେଟ୍‌ପୋସା ଟେକ୍ନୋଲୋଜି କହିଛି, ଏହି ପ୍ରତିବନ୍ଧକରେ ତାର ଦୈନିକ କାମରେ ବ୍ୟାପକ ପ୍ରଭାବ ପଡିବ ନାହିଁ। ଚୀନର ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ତଥା କୂଟନୈତିଜ୍ଞ  ଝାଉ ସିଆମିଙ୍ଗ କହିଛନ୍ତି, ଏହି ପଦକ୍ଷେପରେ ଆମେରିକା ଓ ଚୀନ ଟେକ୍ନୋଲୋଜି କମ୍ପାନୀ ମଧ୍ୟରେ ଲଢେଇ ଆରମ୍ଭ ହୋଇଯିବ।

ଉଲ୍ଲେଖଯୋଗ୍ୟ ନିକଟ ଦିନରେ ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ଅଧିକ ବିଗିଡିବାରେ ଲାଗିଛି। ଚୀନରୁ ଉତ୍ପନ କରୋନା ଭୂତାଣୁର ପ୍ରଭାବ ଆମେରିକା ଉପରେ ଅଧିକ ପଡିଛି। ଏହା ସହିତ ଦୁନିଆର ସବୁଠୁ ବଡ ଦୁଇ ଅର୍ଥବ୍ୟବସ୍ଥା ବାଣିଜ୍ୟିକ ଓ ତାଇଓ୍ଵାନ ପ୍ରସଙ୍ଗକୁ ନେଇ ବିରାଟ ମତଭେଦ ରହିଛି। ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି ଶନିବାର କହିଛନ୍ତି ଆମେରିକା ନେତା ସଂପର୍କକୁ ନୂତନ ଶୀତଳ ଯୁଦ୍ଧ ଆଡକୁ ନେଇ ଯାଉଛନ୍ତି। ଅନ୍ୟପଟେ ଆମେରିକା ନେତା ହଂକଂ ଉପରେ ନ୍ୟାସନାଲ ସିକ୍ୟୁରିଟିର ଆଇନ୍ ଥୋପା ଯାଉଥିବା ଚୀନ ଉପରେ ଆରୋପ ଲଗାଇଛି।

କରୋନା ଭୂତାଣୁ ସଂକ୍ରମଣ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ଦାୟୀ କରିଛନ୍ତି। ସେ ସିଧାସଳଖ ଚୀନ ଉପରେ ଆରୋପ ଲଗାଇଛନ୍ତି ଯେ, ସେଠାକାର କମ୍ୟୁନିଷ୍ଟ ସରକାର ଜାଣି ଶୁଣି କରୋନା ପ୍ରସଙ୍ଗରେ ଦୁନିଆକୁ ଅନ୍ଧାରରେ ରଖିଛି। ଟ୍ରମ୍ପଙ୍କ ଏହି ବୟାନ ପରେ ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ଆହୁରି ବଢିବା ସହିତ ଆରୋପ ପ୍ରତ୍ୟାରୋପ ଚରମରେ ପହଞ୍ଚିଥିଲା।

   Related Posts