ସାରା ବିଶ୍ବରେ କରୋନା ଭୂତାଣୁ ଆତଙ୍କ : ଚୀନ ପରେ ଆମେରିକାରେ ଚିହ୍ନଟ ହେଲେ ରୋଗୀ, ଭାରତର ୭ ବିମାନ ବନ୍ଦରରେ ସର୍ତକତା ମୂଳକ ପଦକ୍ଷେପ

Published By : Prameya-News7 Bureau | January 22, 2020 IST

ଓ୍ବାଶିଙ୍ଗଟନ୍ ୨୨/୧: ଚୀନ ପରେ ଆମେରିକାରେ କରୋନା ଭୂତାଣୁ ଆତଙ୍କ । ଚୀନରୁ ଆମେରିକା ଫେରିଥିବା ଜଣେ ଆମେରିକୀୟ କରୋନା ଭୂତାଣୁ ଆକ୍ରାନ୍ତ ହୋଇଥିବା କହିଛି ସ୍ଥାନୀୟ CDC । ୩୦ ବର୍ଷିୟ ଯୁବକଙ୍କ ସର୍ଦ୍ଦି ହୋଇଥିଲା । ସେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି ।

{"id":214453,"sizeSlug":"large"}

ଏପଟେ ଆମ ଦେଶରେ ଚୀନ, ହଂକଂରୁ ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟପରୀକ୍ଷା ପାଇଁ ନିର୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ନଭେଲ କରୋନା ଭୂତାଣୁକୁ ନେଇ ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଚୀନ ଓ ହଂକଂରୁ ଆସୁଥିବା ଭାରତୀୟ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଚୀନ ଓ ହଂକଂରୁ ବିମାନ ଉଡାଣ କରୁଥିବା ଏୟାରଲାଇନ୍ସ କମ୍ପାନୀମାନଙ୍କୁ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ୧୪ଦିନ ମଧ୍ୟରେ କେଉଁକେଉଁ ସ୍ଥାନ ଗସ୍ତ କରିଛନ୍ତି ତାହା ଜଣାଇବାକୁ କହିଛନ୍ତି।

{"id":214454,"width":585,"height":329,"sizeSlug":"large"}

ସେହିପରି ଦେଶର ୭ଟି ବିମାନ ବନ୍ଦରରେ ଲାଗିବ ‘ଥର୍ମୋ ସ୍କାନିଂ’। ସମସ୍ତ ଯାତ୍ରୀଙ୍କର ହେବ ‘ଥର୍ମାଲ ସ୍କ୍ରିନିଂ’ । ପ୍ରଥମ ପର୍ଯ୍ୟାୟରେ ଦେଶର ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ବିମାନ ବନ୍ଦରରେ ‘ଥର୍ମାଲ ସ୍କ୍ରିନିଂ’ ମେସିନ ଲଗାଯାଇଛି ପରବର୍ତ୍ତୀ ପର୍ଯ୍ୟାୟରେ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚିନ୍  ବିମାନ ବନ୍ଦରରେ ଏହି ‘ଥର୍ମାଲ ସ୍କ୍ରିନିଂ’ ବ୍ୟବସ୍ଥାର ପ୍ରତିଷ୍ଠା କରାଯିବ । ଚୀନର ଉହାନ ଓ ହୁବେଇ ପ୍ରଦେଶରେ ଦେଖାଯାଇଥିବା ନଭେଲ କରୋନା ଭୂତାଣୁକୁ ଆକ୍ରମଣରେ ୩ ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଏବେ ସୁଦ୍ଧା ୬ଜଣଙ୍କର ମୃତ୍ୟୁ ହେଲାଣି।

{"id":214455,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.