ଋଷୀୟ ପ୍ରତିରକ୍ଷା ପ୍ରଣାଳୀ ପରୀକ୍ଷଣକୁ ନେଇ ତୁର୍କି ଉପରେ ଆମେରିକା ଖପ୍ପା, କହିଲା କରିବ ସମ୍ପର୍କ ସମୀକ୍ଷା

Published By : Prameya-News7 Bureau | October 24, 2020 IST

ୱାସିଂଟନ: ଋଷିଆର ଏସ୍-୪୦୦ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଆମେରିକା ଓ ତୁର୍କି ଏବେ ମୁହାଁ ମୁହିଁ ଅବସ୍ଥାରେ। ଋଷିଆର ପ୍ରତିରକ୍ଷା ପ୍ରଣାଳୀ ତୁର୍କି କିଣିବା ଆମେରିକାକୁ କ୍ଷୁବ୍ଧ କରିଛି। ଏଥିରେ  ଆମେରିକା ପ୍ରତିରକ୍ଷାମନ୍ତ୍ରାଳୟ ତୁର୍କିକୁ ଏହାର ଗୁରୁତର ପରିଣାମ ଭୋଗିବା ଲାଗି ପ୍ରସ୍ତୁତ ରହିବା ନିମନ୍ତେ ମଧ୍ୟ ଚେତାଇ ଦେଇଛି।

{"id":350258,"sizeSlug":"large"}

ତୁର୍କି ଋଷିଆରୁ ନୂଆ କରି କିଣିଥିବା ପ୍ରତିରକ୍ଷା ପ୍ରଣାଳୀକୁ ଗତ ୧୬ ତାରିଖରେ ପରୀକ୍ଷଣ କରିଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଜୋନାଥନ ରଥ୍ ହୋଫମେନ୍‌ ଏକ ବୟାନ ଜାରି କରିଛନ୍ତି। ଏଥିରେ ତୁର୍କିର ପରୀକ୍ଷଣକୁ ଆମେରିକା ତୀବ୍ର ନିନ୍ଦା କରିଥିବା ବେଳେ ସୁରକ୍ଷା ସମ୍ପର୍କିତ ଆମର ସମ୍ପର୍କ ଲାଗି ଏହା ଏକ ବଡ ବିପଦ ବୋଲି କହିଛନ୍ତି।

{"id":350259,"sizeSlug":"large"}

କେବଳ ପ୍ରତିରକ୍ଷାମନ୍ତ୍ରାଳୟ ନୁହେଁ ଆମେରିକା ବିଦେଶ ମନ୍ତ୍ରାଳୟ ମଧ୍ୟ ମାମଲାରେ ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ ଆମେରିକାର ସହଯୋଗୀ ଓ ନାଟୋ ସଦସ୍ୟ ଭାବେ ତୁର୍କି ନିୟମ ଉଲ୍ଲଂଘନ କରିଥିବା କୁହାଯାଇଛି। ଯାହାର ପରିଣାମ ଗୁରୁତର ହୋଇପାରେ ବୋଲି ମଧ୍ୟ ଚେତାଇଛି। ତେବେ ତୁର୍କି କଣ କରିବ ନ କରିବ ସେଥିଲାଗି ଆମେରିକାକୁ ପଚାରିବାର ଆବଶ୍ୟକତା ନାହିଁ ବୋଲି ଏହି ପ୍ରତିରକ୍ଷା ପ୍ରଣାଳୀ ପରୀକ୍ଷଣର ସଫଳତା ପରେ ଏର୍ଡୋଗାନ କହିଥିଲେ। ଏଥିରୁ ଏବେ ଆମେରିକା ନାଟୋରେ ତୁର୍କିର ସ୍ଥିତି ସମୀକ୍ଷା କରିପାରେ ବୋଲି ଏବେ ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.