୨୦୧୯ରେ ଜାତିସଂଘ କୁଟନୈତିକ ଯୁଦ୍ଧକ୍ଷେତ୍ର ଥିଲା : ଭାରତ ବନାମ ଚୀନ୍-ପାକିସ୍ତାନ

Published By : Prameya-News7 Bureau | December 27, 2019 IST

ନୂଆଦିଲ୍ଲୀ ୨୭।୧୨: ୨୦୧୯ରେ ଜାତିସଂଘରେ ଭାରତ ସହ ମୁହାଁମୁହିଁ ହୋଇ ରହିଥିଲେ ଦୁଇ ପାରମ୍ପରିକ ପ୍ରତିପକ୍ଷ ତଥା ପଡୋଶୀ ଚୀନ୍‌ ଓ ପାକିସ୍ତାନ । କହିବାକୁ ଗଲେ ଜାତିସଂଘ ଏହି ତିନି ଦେଶ ପାଇଁ  କୁଟନୈତିକି ଯୁଦ୍ଧକ୍ଷେତ୍ର ଥିଲା । ଜାତିସଂଘରେ  ଚୀନ ଓ ତାର ସହଯୋଗୀ ପାକିସ୍ତାନ ତରଫରୁ ଆସିଥିବା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା ଭାରତ ।  ତେବେ ଭାରତର ପଲ୍ଲାଭାରି ଥିଲା । ଏପରିକି ଶେଷରେ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ  ଆଲୋଚନା ପ୍ରସ୍ତାବ ଆଣିଥିବା ଚୀନ ଶେଷରେ କିନ୍ତୁ ସେଥିରୁ ଓହରିଥିଲା ।

{"id":203319,"sizeSlug":"large"}

 ବର୍ଷ ଶେଷରେ ଚୀନ ଦ୍ବାରା ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଅନୁରୋଧକୁ  ପ୍ରତ୍ୟାହାର ପାଇଁ କୁହାଯାଇଥଲା । କାରଣ ଏହା  ଉସକାଇବା ଭଳି ପ୍ରସ୍ତାବ ଥିଲା । ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ (UNSC) ଆତଙ୍କବାଦୀ ସଂଗଠନର ମୁଖ୍ୟ ତଥା ଲସ୍କର-ଇ-ତୋଇବାର ପ୍ରମୁଖ ହଫିଜ ମହମ୍ମଦ ସଇଦକୁ ୧୨୬୭ର ଆତଙ୍କବାଦୀ ତାଲିକାରୁ ହଟାଇବା ଅନୁରୋଧ କରିଥିଲା ।

{"id":203320,"width":575,"height":383,"sizeSlug":"large"}

ଜାତିସଂଘର ପାଞ୍ଚ ଜଣିଆ କମିଟିର ଦ୍ବାରା ଏହି ମହତ୍ତ୍ବପୂଣ୍ଣ ରିପୋର୍ଟର ତର୍ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ  ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚ ଜଣିଆ ସଦସ୍ୟଙ୍କ ମଧ୍ୟରୁ ଚାରି ଜଣ ସମର୍ଥନ କରିଥିଲେ। ସେହପରି ସେପ୍ଟମ୍ବରେ ରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦରେ ହାଫିଜ ସଇଦ ପ୍ରସଙ୍ଗରେ ଏକ ବିଜୟ ହାସଲ କରିଥିଲା । ଭାରତରେ ଓ୍ବାଣ୍ଟେଡ୍ ହାଫିଜ ଉପରେ ପ୍ରତିବନ୍ଧକ ଥାଇ ମଧ୍ୟ ସେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିବା ଟଙ୍କାକୁ ଖର୍ଚ୍ଚ କରିବାପାଇଁ ଅନୁମତି ନେବାରେ ସଫଳ ହୋଇଛି ।

{"id":203322,"sizeSlug":"large"}

୧୪ଫେବୃଆରୀରେ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ୪୪ଭାରତୀୟ ଯବାନ ସହିଦ ହୋଇଥିଲେ। ଆକ୍ରମଣ ପରେ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରର  କୌଣସି ଏକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା , ଯାହାକି ସେନା ଉପରେ ଥିଲା ନା ସାଧାରଣ ଲୋକଙ୍କ ଉପରେ ।

{"id":203321,"width":582,"height":388,"sizeSlug":"large"}

ମଇ ମାସରେ , ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତିବ୍ର ରହିଥିଲା । ଜାତିସଂଘ ସୁରକ୍ଷା ପରିଷଦ ବିଶ୍ବ ଆତଙ୍କବାଦୀ ରୂପେ ଜୈସ-ଇ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ସାମିଲ କରିବା ପାଇଁ ପ୍ରୟାସ ଚାଲିଥିବା ବେଳେ, ଏହି ପ୍ରୟାସରେ ପ୍ରମୁଖ ବାଧକ ସାଜିଥିଲା ପଡୋଶୀ ଚୀନ । ଜାତିସଂଘ ସୁରକ୍ଷା ପରିଷଦ ପ୍ରତିବନ୍ଧିତ ସୂଚୀରେ ମୁସଜ ଆଝାରକୁ ସାମିଲ କରିଥିଲେ । ଏନେଇ ଜାତିସଂଘରେ ଭାରତର ପ୍ରତିନିଧିତ୍ବ କରୁଥିବା ସଇଦ ଅକବରଉଦୀନ ଟ୍ବିଟ କରି ସମସ୍ତଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ ।

{"id":203331,"width":584,"height":390,"sizeSlug":"large"}

ଦେଶରେ ପୁଣିଥରେ ଶାସନକୁ ଆସିଥିବା ମୋଦି ସରକାର ୫ଅଗଷ୍ଟରେ ଧାରା ୩୭୦କୁ ଉଚ୍ଛେଦ କରିଥିଲେ । ଯାହାକୁ ନେଇ ଭାରତ-ପାକିସ୍ତାମ ମଧ୍ୟରେ ପୁଣି ବିବାଦ ଦେଖାଦେଇଥିଲା । କିନ୍ତୁ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ରାଜ୍ୟ ଗଠନ କରିବାକୁ ସାମାନ୍ୟରେ ବିରୋଧ କରିଥିଲା ଚୀନ୍ । ୧୬ ଅଗଷ୍ଟକୁ ଚୀନ କାଶ୍ମୀର ପ୍ରସଙ୍ଗରେ ବନ୍ଦ କୋଠରୀ ଆଲୋଚନା ପାଇଁ ଆହ୍ବାନ ଦେଇଥିଲା , ଯାହାର ପରିମାଣ ସ୍ବରୁପ ବନ୍ଦ କୋଠରୀରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଜାତିସଂଘରେ ବିଗତ କେତେ ବର୍ଷ ପରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଯାହାକି ଭାରତ ପାଇଁ ଏକ ଆଘାତ ଥିଲା । କିନ୍ତୁ ଏହି ଆଲୋଚନା ଭାରତ ପାଇଁ ଲାଭ ହୋଇଥିଲା ।

{"id":203333,"sizeSlug":"large"}

ଆମେରିକା ଭାରତକୁ ସମର୍ଥନ ଜଣାଇ ଜାତିସଂଘରେ ଭାରତ ପକ୍ଷରେ ଲଢିବା ପାଇଁ ନିଜର ସହଯୋଗୀ ଦେଶ ଫ୍ରାନ୍ସ ଓ ରୁଷର ନେତୃତ୍ବ ନେଇଥିଲା । କାଶ୍ମୀର ପ୍ରସଙ୍ଗରେ ହେଉଥିବା ଚର୍ଚ୍ଚାକୁ କୌଣସି ବି ସାର୍ବଜୀନନ ସ୍ତରରେ ପ୍ରକାଶ ଉପରେ ରୋକଲଗାଇବା ପାଇଁ ଦାବି ମଧ୍ୟ ଜଣାଇଥିଲା । ଚୀନ୍‌ର ଏହି ଅପୂର୍ବ ଆନ୍ଦୋଳନ ବାସ୍ତବରେ ଟେଲିଭିଜନ କ୍ୟାମେରା ପାଇଁ ନିଜ ଦେଶର ବକ୍ତବ୍ୟ ପଢିବା ଭଳି ଥିଲା ।, ଯାହାର ଫଳ ସ୍ବରୁପ  ଭାରତୀୟ ପ୍ରତିନିଧି ଅକବରଉଦ୍ଧୀନ ମିଡିଆକୁ ସମ୍ବୋଧିତ କରିବା ପାଇଁ ଶେଷରେ ବାଧ୍ୟ ହୋଇଥିଲେ। ଚଳିତ ବର୍ଷ ଜାତିସଂଘ ସୁରକ୍ଷା ପରିଷଦରେ ଇଣ୍ଡୋନେସିଆ  ଓ ଭାରତ ଦୁଇ ଦେଶ ଅସ୍ଥାୟୀ ସଦସ୍ୟ ରୂପେ ମନୋନୀତ ହୋଇଥିଲେ । ଯାହାକି ଭାରତ ପାଇଁ ଏକ କୂଟନୈତିକ ବିଜୟ ଥିଲା। ଭାରତ ବିଶ୍ବ ମାନଚିତ୍ରରେ ସେତୁ ରୂପରେ ଭୂମିକା ନେଇ ସମସ୍ତଙ୍କ ଭରସା ଜିତିବାରେ ସକ୍ଷମ ହୋଇଛି ।

{"id":203323,"width":584,"height":304,"sizeSlug":"large"}

ଡିସେମ୍ବରରେ ଚୀନ ପୁଣି ଥରେ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଏକ ଅନୌପଚାରିକ ଏଜେଣ୍ଡା ନେଇ ଚର୍ଚ୍ଚା କରିବାକୁ ପ୍ରୟାସ କରିଥିଲା । କିନ୍ତୁ ଚଳିତ ବର୍ଷ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରୁଥିଲା ଆମେରିକା । କାଶ୍ମୀର ପ୍ରସଙ୍ଗରେ ଚୀନ୍‌କୁ କହିଥିଲା ଯେ, ଏହି ପ୍ରସଙ୍ଗରେ ଚର୍ଚ୍ଚାର କୌଣସି ଆବଶ୍ୟାକତା ନାହିଁ ।ଯାହାଫଳରେ ଚୀନ୍‌ ନିଜ ଅନୁରୋଧ ଫେରାଇ ନେବା ପାଇଁ ବାଧ୍ୟ ହୋଇଥିଲା ।

{"id":203330,"width":568,"height":318,"sizeSlug":"large"}

୨୦୧୯ରେ ଜାତିସଂଘ ଓ ଏହା ସହିତ ଜଡିତ ସଂଗଠନ ପାକିସ୍ତାନରେ ଖୁବ ମାତ୍ରାରେ ସକ୍ରିୟ ଅଛନ୍ତି । ପାକିସ୍ତାନ ଜାତିସଂଘକୁ ୧୪ଟି ଚିଠି ଲେଖି ଏହା ପରିମାଣ ମାଗିଛି । ସେହପରି ଆଫଗାନିସ୍ତାନରେ କାମ କରୁଥିବା ୪ଜଣ ଭାରତୀୟଙ୍କୁ ପାକିସ୍ତାନ ଆତଙ୍କବାଦୀ ସୂଚୀରେ ଦର୍ଶାଇବାଇ ପ୍ରୟାସ କରିଥିଲା । କିନ୍ତୁ ଏଥିରେ ମଧ୍ୟ ପାକିସ୍ତାନ ବିଫଳ ହୋଇଥିଲା । ପାକିସ୍ତାନ ପକ୍ଷରୁ ଜାତିସଂଘରେ କରାଯାଇଥିବା ପ୍ରତ୍ୟେକ  ଉଦ୍ୟମକୁ ଭାରତୀୟ କୁଟନୀତିଜ୍ଞ ମାନେ ପ୍ରଭାବହୀନ କରିଚାଲିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.