Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

‘ତୁରନ୍ତ ଜାମ୍ମୁ କାଶ୍ମୀର ଛାଡି ଚାଲିଯାଅ, ନଚେତ୍‌ ଦେଖିବା କ୍ଷଣି ହତ୍ୟା କରାଯିବ’ : ହିନ୍ଦୁଙ୍କୁ ଆତଙ୍କବାଦୀ ସଂଗଠନର ଖୋଲା ଧମକ

18/10/2021 at 5:02 PM

ଶ୍ରୀନଗର ୧୮/୧୦ : ଜାମ୍ମୁ କାଶ୍ମୀରରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ସିଖ୍‌ଙ୍କ ଉପରେ ବାରମ୍ବାର ଆକ୍ରମଣ ହେବାରେ ଲାଗିଛି । ଆତଙ୍କବାଦୀମାନେ ଲଗାତାର ଭାବେ ଅଣ କାଶ୍ମୀରୀଙ୍କୁ ଟାର୍ଗେଟ୍‌ କରି ହତ୍ୟା କରୁଛନ୍ତି । ଗତକାଲି ଅର୍ଥାତ ରବିବାର ବିହାରର ୨ ଜଣ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଘଟଣାକୁ ନେଇ ୟୁନାଇଟେଡ୍‌ ଲିବରେସନ୍‌ ପ୍ରଣ୍ଟ (ULF) ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଛି ।

ଏହା ସହିତ ଏକ ଚିଠି ଜାରିକରି ULF କହିଛି ଯେ, ‘ଅଶ କାଶ୍ମୀର ବାସିନ୍ଦା ତୁରନ୍ତ ଛାଡି ପଳାଅ ନଚେତ୍‌ ସମସ୍ତଙ୍କୁ ହତ୍ୟା​‌ କରାଯିବ’ । ଏଭଳି ଚିଠି ମିଳିବା ପରେ ସଜାଗ ହୋଇଯାଇଛି ଭାରତୀୟ ସେନା । ଗତକାଲି ବିହାରର ୨ ଜଣ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିବା ସହ ଜଣଙ୍କୁ ଗୁରୁତର କରିଥିଲେ ଆତଙ୍କବାଦୀ । ଏହାର କିଛି ଘଣ୍ଟା ପରେ ଏବେ ଚିଠି ଜାରି କରି ଧମକ ଦେବା ଆରମ୍ଭ କରିଦେଇଛି ୟୁନାଇଟେଡ୍‌ ଲିବରେସନ୍‌ ପ୍ରଣ୍ଟ (ULF) ଆତଙ୍କୀ ସଂଗଠନ ।

ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘ଆଜି ଦକ୍ଷିଣ କାଶ୍ମୀରର କୁଲଗାମରେ ସ୍ବାଧୀନତା ସଂଗ୍ରାମୀମାନେ ୩ ହିନ୍ଦୁଙ୍କୁ ହତ୍ୟା କରିଛନ୍ତି । ଗତ ବର୍ଷକ ମଧ୍ୟରେ କଟ୍ଟରପନ୍ଥୀମାନେ ବିହାରରେ ୨୦୦ ମୁସଲିମଙ୍କୁ ହତ୍ୟା କରିଛନ୍ତି । ପୂର୍ବରୁ ସେମାନଙ୍କୁ କାଶ୍ମୀରରୁ ଚାଲିଯିବାକୁ ଧମକ ଦିଆଯାଇସାରିଛି । ଏବେ ମଧ୍ୟ କୁହାଯାଉଛି ଯେ ସେମାନେ କାଶ୍ମୀର ଛାଡି ଚାଲିଯାଆନ୍ତୁ ନଚେତ୍‌ ସ୍ଥିତି ଭୟଙ୍କର ହେବ । ଭାରତୀୟ ସେନା ଯେଉଁଭଳି ଭାବେ ସାଧାରଣ ନାଗରିକଙ୍କୁ ଅତ୍ୟାଚାର କରୁଛି, ଏହା ତାହାର ପ୍ରତିଶୋଧ ।’

ଚିଠିରେ ଲେଖାଯାଇଛି, ‘ଗତ ସପ୍ତାହକ ମଧ୍ୟରେ ଭାରତୀୟ ସେନା ଆମର ୪ ଜଣ ସାଧାରଣ ଲୋକଙ୍କୁ ଏନକାଉଣ୍ଟରରେ ସହିଦ କରିଛି । ଅନନ୍ତନାଗ ଜିଲ୍ଲାର କୋକରନାଗାରେ ଜଣେ ଗରିବ ଲୋକକୁ ମଧ୍ୟ ସିଆର୍‌ପିଏଫ୍‌ ଯବାନ ହତ୍ୟା କରିଥିଲେ ।’ ଚିଠି ମାଧ୍ୟମରେ ଧମକ ଦେଇ ଆତଙ୍କୀ ସଂଗଠନ କହିଛି ଯେ, ‘ଅଣ କାଶ୍ମୀରୀମାନଙ୍କୁ ତୁରନ୍ତ କାଶ୍ମୀର ମାଟି ଛାଡି ଚାଲିଯିବାକୁ ଚେତାବନୀ ଦିଆଯାଉଛି । ନଚେତ୍‌ ପରିଣାମ ଭୋଗିବାକୁ ପ୍ରସ୍ତୁତ ଥାନ୍ତୁ । ସାଧାରଣ ନାଗରିକଙ୍କ ବିରୁଦ୍ଧରେ ଜୁଲମ ଶେଷ ନକଲେ ଆମର ସେନା ରାଜନେତା ଏବଂ ପୋଲିସଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିବାକୁ ପଛାଇବ ନାହିଁ ।’

'जम्मू-कश्मीर खाली करो, वरना मार डाले जाओगे..', हिन्दुओं को आतंकियों का खुला खत

   Related Posts