Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ବ୍ରିଟେନ୍‌ର ବାଥ୍‌ ସହରରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର, ୟୁରୋପରେ ପ୍ରଥମ; ପୁରୀରୁ ଯାଇଛି ୩ ଠାକୁରଙ୍କ ବିଗ୍ରହ, ଏବେ ଶ୍ରଦ୍ଧାଳୁଙ୍କ ଭିଡ଼

31/05/2021 at 7:49 PM

ଭୁବନେଶ୍ବର ୩୧/୫: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ବିଶ୍ବବାସୀଙ୍କ ହୃଦୟରେ ରହିଛନ୍ତି । ବ୍ରିଟେନ୍‌ରୁ  ଆମେରିକା ସବୁଠି ଶ୍ରୀଜୀଉ ପୂଜା ପାଉଛନ୍ତି ।  ସେହଭଳି ବ୍ରିଟେନର ବାଥ୍‌ ସହରରୁ ଖୁସୀର ଖବର ମିଳିଛି। ଏଠାରେ  ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି। ଏହା ସହ ମନ୍ଦିରରେ ଶୋଭା ପାଉଛନ୍ତି ପୁରୀରୁ ଯାଇଥିବା ୩ ଠାକୁରଙ୍କ ବିଗ୍ରହ।

ଏବେ ବାଥ୍‌ ସହରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଜଣାପଡ଼ିଛି ।  ବାଥରେ ଥିବା ମନ୍ଦିରରେ ୩ ଠାକୁରଙ୍କ ପ୍ରତିମୂର୍ତ୍ତୀ ଓଡ଼ିଶାରୁ ଯାଇଛି। ଗତବର୍ଷ ରଥଯାତ୍ରାରେ ଶ୍ରୀଜୀଉଙ୍କ ବିଗ୍ରହ ତିଆରି ପାଇଁ ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲା ବାଥର ହିନ୍ଦୁ ସମୁଦାୟ । ଏହା ପରେ ଶ୍ରୀଜୀଉଙ୍କ ପ୍ରତିମୂର୍ତ୍ତି ପୁରୀ ଗୋବର୍ଦ୍ଧନ ପୀଠ, ଆଦିଗୁରୁ ଶଙ୍କରାଚାର୍ଯ୍ୟ, ପୁରୀ ଶ୍ରୀମନ୍ଦିର, ଗୁଜରାଟର ଜଗନ୍ନାଥ ମନ୍ଦିର ଏବଂ ନୂଆ ଦିଲ୍ଲୀର ହଜ୍‌ ଖାସ୍‌ ମନ୍ଦିର ହୋଇ ଗତବର୍ଷ ଦିପାବଳୀରେ ବାଥ୍‌ରେ ପହଞ୍ଚିଥିଲେ ।

ଏଥିପାଇଁ ଗୁଜୁରାଟୀ, ପଞ୍ଜାବୀ, ତାମିଲ ସମସ୍ତେ ସହଯୋଗ କରିଥିବା ଜଣାପଡ଼ିଛି। ବାଥରେ ଥିବା ଜଗନ୍ନାଥ ମନ୍ଦିରରେ ବିଗ୍ରହ ସ୍ଥାପନ ସହ ଶ୍ରୁଦ୍ଧାଳୁମାନଙ୍କ ପାଇଁ ଖୋଲିଥିବାରୁ ସେଠାକର ହିନ୍ଦୁ ସମୁଦାୟଙ୍କର ୧୭ ବର୍ଷର ସ୍ବପ୍ନ ପୂରା ହୋଇଛି । ବାଥ୍‌ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ୟୁରୋପର ପ୍ରଥମ ବୋଲି ମନ୍ଦିର ପ୍ରାଶସନ ପକ୍ଷରୁ କୁହାଯାଇଛି ।  

   Related Posts