ଶାହାଜାହାନପୁର ୧୫।୫: ଉତ୍ତରପ୍ରଦେଶର ଶାହାଜାହାନପୁରରେ ୧୭ ମିନିଟରେ ହେଲା ବିବାହ । ଯେ କେହି ବି ଏ ସଂପର୍କରେ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଆହୁରି ଆଶ୍ଚର୍ଯ୍ୟଜନକ ଘଟଣା ହେଲା ବର ଯୌତୁକରେ ଯାହା ଜିନିଷ ମାଗିଥିଲେ । ଏହି ବାହଘର ପାଟନା ଦେବ କାଳୀ ମନ୍ଦିରରେ ହୋଇଥିଲା । ଏହି ବିବାହରେ ନା ଥିଲା ବ୍ୟାଣ୍ଡବାଜା, ନା ଥିଲା ରୋଷଣୀ ନା ଥିଲେ ବରୟାତ୍ରୀ । ବର ପରିବାରର କିଛି ସଦସ୍ୟଙ୍କ ମଧ୍ୟରେ ମନ୍ଦିରରେ ସାତ ଫେରା ନେଇଥିଲେ ଏବଂ ବିବାହ ହୋଇଥିଲା । ଏହି ବିବାହର ଉଦ୍ଦେଶ୍ୟ କେବଳ ଯୌତିକ ପ୍ରଥାକୁ ଶେଷ କରିବା ଥିଲା ।ଏହି ଅନନ୍ୟ ବାହାଘର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
କଲାନ ଥାନା ଅଞ୍ଚଳର ସନାୟ ଗାଁରେ ରହୁଥିବା ପୁଷ୍ପେନ୍ଦ୍ର ଦୁବେ ଗାଁରେ ଏକ ଶିକ୍ଷାନୁଷ୍ଠାନ କରିଛନ୍ତି । ହରଦୋଇରେ ରହୁଥିବା ପ୍ରୀତି ତିୱାରୀଙ୍କ ସହ ତାଙ୍କ ବିବାହ ସ୍ଥିର ହୋଇଥିଲା । ପୁଷ୍ପେନ୍ଦ୍ର ଆଗରୁ ହିଁ ବରଯାତ୍ରୀ, ରୋଷଣୀ ଏବଂ ଯୌତୁକ ପାଇଁ ମନା କରିଦେଇଥିଲେ । କିନ୍ତୁ କରୋନା କର୍ଫ୍ୟୁ ମଧ୍ୟରେ ଗୁରୁବାର ଦିନ ପାଟନା ଦେବ କାଳୀ ସ୍ଥିତ ଶିବ ମନ୍ଦିରରେ ବାହାଘରର ସମସ୍ତ ରୀତିନୀତି ହୋଇଥିଲା ।
ବର-କନ୍ୟା ୭ ଫେରା ନେଇ ମାତ୍ର ୧୭ ମିନିଟରେ ବିବାହ କରିଥିଲେ । ଏହି ଅନନ୍ୟ ବାହାଘରରେ ସବୁଠାରୁ ବିଶେଷ କଥା ହେଲା ବର କେବଳ ଯୌତୁକ ଭାବେ ରାମାୟଣ ନେଇଥିଲେ । ତାହା କେବଳ ଶ୍ବଶୁରଘର ଲୋକଙ୍କ କଥାରେ । ପୁଷ୍ପେନ୍ଦ୍ର ଏବଂ ପ୍ରୀତି କହିଛନ୍ତି ଯେ, ଆମେ ଚାହୁଁ ଅନ୍ୟମାନେ ଏହିଭଳି ବିବାହ କରନ୍ତୁ ଏବଂ ଅଯଥା ଖର୍ଚ୍ଚ ତଥା ଯୌତୁକରୁ ଦୂରେଇ ରୁହନ୍ତୁ । ଏହି ସମୟରେ ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ । ବିନା ଯୌତୁକରେ ଏବଂ ଆବଶ୍ୟକ ଖର୍ଚ୍ଚ ସହ ବିବାହ କରନ୍ତୁ ଯେମିତି ଉଭୟ ପକ୍ଷଙ୍କୁ କୌଣସି କଷ୍ଟ ନହେବ ।