ଏହି ଗାଁରେ କେବଳ ମଣିଷ ନୁହେଁ ବରଂ ପଶୁମାନେ ମଧ୍ୟ ଅନ୍ଧ : ସରକାର ବି ମାନିଛି ହାର

Published By : Prameya-News7 Bureau | August 25, 2019 IST

ଏହି ଦୁନିଆ ରହସ୍ୟରେ ଭରପୂର ଯେଉଁଥିରେ ଏପରି ଅନେକ ଜିନିଷ ସାମନାକୁ ଆସେ ଯାହା ବିଶ୍ବାସ କରିବା ଅତ୍ୟନ୍ତ କଷ୍ଟକର। ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ଏକ ଅତ୍ୟନ୍ତ ବିଚିତ୍ର ଏବଂ ରହସ୍ୟମୟ ସ୍ଥାନ। ଆମେ କଥା ହେଉଛୁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ଟିଲ୍ଟେପ୍ୟାକ୍ ନାମକ ଗାଁ ବିଷୟରେ। ଏହି ଗାଁ ସହ ଜଡ଼ିତ ଏକ ରହସ୍ୟଜନକ କଥା ହେଉଛି ଯେ ଏଠାରେ ମଣିଷଠୁ ଆରମ୍ଭ କରି ପ୍ରାଣୀଜଗତ ସମସ୍ତେ ଅନ୍ଧ। ଏଠାରେ ଥିବା କୁକୁର,ବିଲେଇ ଏବଂ ଅନ୍ୟାନ୍ୟ ପୋଷା ଜନ୍ତୁ ମଧ୍ୟ ଅନ୍ଧ। ଏହି ଗାଁରେ ପାଖାପାଖି ୬୦ଟି କୁଡ଼ିଆ ଘର ରହିଛି ଯେଉଁଠାରେ ୩୦୦ପାଖାପାଖି ଲୋହିତ ଭାରତୀୟ ରୁହନ୍ତି।

{"id":148719}

ଏଠାରେ ସମସ୍ତେ ଅନ୍ଧ। ଏଠାରେ କାହାରି ଘରେ ବିଜୁଳି କିମ୍ବା ଦୀପ ଜଳେ ନାହିଁ। ସେଥିପାଇଁ ଏଠାରେ ଦିନ ଏବଂ ରାତି ଯୋଗୁଁ କୌଣସି ଫରକ ପଡ଼େ ନାହିଁ। ପକ୍ଷୀଙ୍କ କଳରବରୁ ଦିନ ହୋଇଛି ବୋଲି ଜଣାଯାଏ। ଏହା ପରେ ସମସ୍ତେ କାମ​‌ରେ ବାହାରିଥାଆନ୍ତି। ସନ୍ଧ୍ୟାରେ ଯେତେବେଳେ ପକ୍ଷୀଙ୍କ ବୋବାଇବା ବନ୍ଦ ହୋଇଯାଇଥାଏ ସେତେବେଳେ ଲୋକେ ନିଜର ଘରକୁ ଫେରି ଆସନ୍ତି। ଏହି ଲୋକମାନେ ଘନ ଜଙ୍ଗଲରେ ରହିଥାଆନ୍ତି ଏବଂ ସଭ୍ୟତା ବିକାଶଠୁ ଏମାନେ ବହୁତ ଦୂରରେ ଅଛନ୍ତି।

{"id":148720}

ଏଠାରେ ରହୁଥିବା ଜାପୋଟେକ୍ ଜାତିର ଲୋକେ ବିକଶିତ ସମାଜଠୁ ଖୁବ୍ ଦୂରରେ ଅଛନ୍ତି। ସରକାରଙ୍କୁ ଏହି ଲୋକଙ୍କର ରୋଗ ବିଷୟରେ ଜଣା ପଡ଼ିବାରୁ ଏମାନଙ୍କ ଚିକିତ୍ସା କରିବାକୁ ଉଦ୍ୟମ କରାଯାଇଥିଲା କିନ୍ତୁ ସବୁ ଉଦ୍ୟମ ନିରର୍ଥକ ହୋଇଥିଲା। ସରକାର ଏମାନଙ୍କୁ ଅନ୍ୟ ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରିବାକୁ ଉଦ୍ୟମ କରିଥିଲା କିନ୍ତୁ ଏହି ଲୋକଙ୍କୁ ଅନ୍ୟ ଜଳବାୟୁ ସୁହାଇଲା ନାହିଁ। ସେଥିପାଇଁ ତାଙ୍କୁ ତାଙ୍କ ଅବସ୍ଥାରେ ସରକାରକୁ ଛାଡ଼ିବାକୁ ପଡ଼ିଥିଲା।

{"id":148722}


ଏଠାକାର ଲୋକେ ପଥର​‌ରେ ନିର୍ମାଣ ହୋଇଥିବା କୁଡ଼ିଆ ଘରେ ରୁହନ୍ତି ଏବଂ ପଥର ଉପରେ ଶୋଇଥାଆନ୍ତି। ସେମାନଙ୍କ ଘରେ ଏକ ଛୋଟ ଦ୍ବାର ବ୍ୟତୀତ କୌଣସି ଦୀପ କିମ୍ବା ଝରକା ନଥାଏ। ଏଠାରେ ଜନ୍ମ ହେଉଥିବା ଛୁଆ ସାଧାରଣ ଛୁଆ ଭଳି ହୋଇଥାଆନ୍ତି କିନ୍ତୁ କିଛି ଦିନ ପରେ ସେମାନେ ଅନ୍ଧ ହୋଇଯାଆନ୍ତି।

{"id":148723}




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.