Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିରଳ ହଳଦିଆ କଇଁଛ ଉଦ୍ଧାର…

10/08/2020 at 12:05 PM

ଚାନ୍ଦବାଲି ୧୦।୦୮: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବେନ୍ତାଳପୁର ଗାଁରେ ଏକ ବିରଳ ହଳଦିଆ କଇଁଛ ଉଦ୍ଧାର କରାଯାଇଛି । ସେହି ଗାଁ ଚାଷୀ ନିରାକାର ମହାନ୍ତି ବିଲରେ କାମ କରୁଥିବା ସମୟରେ ଏହି ବିରଳ କଇଁଛକୁ ଧରିଥିଲେ। ଏହି ବିରଳ କଇଁଛକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

ପରେ ବନ ବିଭାଗ କର୍ମଚାରୀ ପହଞ୍ଚି ଏହି ବିରଳ କଇଁଛକୁ ଉଦ୍ଧାର କରିଛନ୍ତି। ଏହି ହଳଦିଆ କଇଁଛଟିକୁ ବୈତରଣୀ ନଦୀରେ ଛଡ଼ାଯିବ ବୋଲି ଚାନ୍ଦବାଲି ବନ ବିଭାଗ ଅଧିକାରୀ କହିଛନ୍ତି।

   Related Posts