Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଏଠାରେ ଗୋଟିଏ ଗଛରେ ଫଳିଥାଏ ୪୦ପ୍ରକାରର ଫଳ : ବିଶ୍ବାସ କରିପାରିବେ ନାହିଁ ଆପଣ

12/06/2019 at 4:16 PM

ସାଧାରଣତଃ ଗୋଟିଏ ଗଛରେ ଗୋଟିଏ ପ୍ରକାର ଫଳ ଫଳିଥାଏ,କିନ୍ତୁ ଏପରି କିଛି ନାହିଁ। ବିଶ୍ବରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ଗୋଟିଏ ଗଛରେ ୪୦ପ୍ରକାରର ଫଳ ଫଳିଥାଏ। ଏହା ବିଶ୍ବାସ କରିବା କ​ଷ୍ଟ କିନ୍ତୁ ଏହା ପୂରା ସତ।

ଆମେରିକାର ଏକ ଭିଜୁଆଲ ଆର୍ଟସର ପ୍ରଫେସର ଏପରି ଏକ ଅଦ୍ଭୁତ ଗଛ ଆବିଷ୍କାର କରିଛନ୍ତି। ଏଥିରେ ୪୦ ପ୍ରକାରର ଫଳ ଫଳିଥାଏ। ଏହି ବିଚିତ୍ର ଗଛ ‘ଟ୍ରି ଅଫ ୪୦’ ନାମରେ ପ୍ରସିଦ୍ଧ। ଏଥିରେ ବେଲ,ପିଚଫଳ,ଆପ୍ରିକଟ,ଚେରୀ ଏବଂ ନେକ୍ଟ୍ରାଇନ ଭଳି ଫଳ ଫଳିଥାଏ।

ଏହି ବିଚିତ୍ର ଗଛର ମୂଲ୍ୟ ଜାଣି ଆପଣଙ୍କ ହୋସ୍ ଉଡ଼ିଯିବ। ଏହି ‘ଟ୍ରି ଅଫ ୪୦’ର ମୂଲ୍ୟ ପାଖାପାଖି ୧୯ଲକ୍ଷ ଟଙ୍କା।

ଆମେରିକାର ସେରାକ୍ୟୁଜ ୟୁନିଭର୍ସିଟିରେ ଭିଜୁଆଲ ଆର୍ଟସର ପ୍ରଫେସରଏହି ବିଚିତ୍ର ଗଛର ଜନକ। ଏହି ଗଛକୁ ବିକଶିତ କରିବା ପାଇଁ ସେ ବିଜ୍ଞାନର ସହାୟତା ନେଇଛନ୍ତି। ସେ ଏହି କାମ୨୦୦୮ମସିହାରେ ଆରମ୍ଭ କରିଥିଲେ।

ପ୍ରଫେସରଙ୍କ ଜନ୍ମ କୃଷି ସମ୍ବନ୍ଧୀୟ ପରିବାରରେ ହୋଇଥିଲା,ଏଥିପାଇଁ ତାଙ୍କୁ କୃଷିକାର୍ଯ୍ୟରେ ଆଗ୍ରହ ଥିଲା। ସେ ଏକ ବଗିଚାକୁ ଲିଜରେ ନେଇଥିଲେ ଏବଂ ଗ୍ରାଫ୍ଟିଙ୍ଗ ପଦ୍ଧତି ଦ୍ବାରା ‘ଟ୍ରି ଅଫ ୪୦’ ଭଳି ବିଚିତ୍ର ଗଛ ରୋପଣ କରିବାରେ ସଫଳତା ହାସଲ କରିଥିଲେ।

   Related Posts