Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଦର୍ଶ କୋଭିଡ୍ ଟିଏମ୍‌ସି ସେଣ୍ଟର : ପରିସରକୁ ସଫା କରି ଲଗାଇଲେ ଫୁଲ ଗଛ , ଯୋଗ-ବ୍ୟାୟାମ-ପ୍ରାଣାୟମ କରୁଛନ୍ତି ଅନ୍ତେବାସୀ

6/06/2020 at 4:35 PM

କେନ୍ଦୁଝର ୦୬।୦୬: କେନ୍ଦୁଝରର ଏକ କୋଭିଡ ଟିଏମ୍‌ସି ସେଣ୍ଟରର ପ୍ରବାସୀ ମାନେ ଯୋଗ , ବ୍ୟାୟାମ ଓ ପ୍ରାଣାୟମ କରିବା ସହ ପରିସରକୁ ସଫା କରିଛନ୍ତି । ଏହାସହିତ  ଫୁଲ ଗଛ ମଧ୍ୟ ଲଗାଇଛନ୍ତି । ଯାହା ଅନ୍ୟ ମାନଙ୍କ ପାଇଁ ଏକ ଉଦାହାରଣ ସୃଷ୍ଟି କରିଛି  । କେନ୍ଦୁଝର ଝୁମ୍ପୁରା ବ୍ଲକ ମାଲଦା ସ୍ଥିତ ଅସ୍ଥାୟି ସଂଗରୋଧ କେନ୍ଦ୍ରରୁ ଆସିଛି କିଛି ଏପରି ଦୃଶ୍ୟ ।

ନିକଟ ଅତୀତରେ  ସଂଙ୍ଗରୋଧ କେନ୍ଦ୍ରରେ କେଉଠି ଖ୍ୟାଦ୍ୟ ଫୋପାଡି କିମ୍ବା ଟିକ୍ ଟକ୍ , କ୍ରିକେଟ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ  ବହୁ ସ୍ଥାନରେ ପ୍ରବାସୀ ମାନେ ଏମିତି କିଛି କାର୍ଯ୍ୟ କରୁଛନ୍ତ ।  ଯାହା ସେମାନଙ୍କ ପାଇଁ ପ୍ରସଂଶା ସାଉଟୁଛି । କେନ୍ଦୁଝର ଝୁମ୍ପୁରା ବ୍ଲକ ମାଲଦା ସ୍ଥିତ ଅସ୍ଥାୟି ସଂଗରୋଧ କେନ୍ଦ୍ରରୁ ଆସିଛି କିଛି ଏପରି ଦୃଶ୍ୟ । ଯାହାକୁ ଦେଖିଲେ ଆପଣ ବି କହିବେ ସାବାସ ପ୍ରବାସୀ ସାବାସ । ମାଲଦା ଉଚ୍ଚ ବିଦ୍ୟାଳୟରେ ହୋଇଛି ଏହି ପଞ୍ଚାୟତର ଅସ୍ଥାୟୀ ସଂଗରୋଧ କେନ୍ଦ୍ର ।

ଏହି କେନ୍ଦ୍ରରେ ବର୍ତମାନ ୨୨ ଜଣ ପ୍ରବାସୀ ରହୁଛନ୍ତି । ସଂଗରୋଧ ରହିବା ପରେ ଏମାନଙ୍କ ମନରେ ନିଜ ଗାଁ ପାଇ କିଛି କରିବାର ଇଛା ଜାଗୃତ ହେଲା । ବର୍ଷା ଯୋଗୁ ସାରା ସ୍କୁଲ ଏବଂ ହଷ୍ଟେଲ ପରିଷର ଅନାବନା ଘାସ ଲଟା ବୁଦାରେ ପରିପୂର୍ଣ୍ଣ ହୋଇପଡିଥିଲା । ଏହାକୁ ସଫା କରିବାକୁ ସେମାନେ ସରପଞ୍ଚଙ୍କର ଅନୁମତି ମାଗିଲେ । ଅନୁମତି ମିଳିବା ପରେ ସେମାନେ ସମସ୍ତେ ଲାଗି ପଡିଲେ ପୁରା ପରିସରକୁ ସଫା କରି ଚକାଚକ କରିଦଲେ ।

ଏହାପରେ ସରପଞ୍ଚଙ୍କ ଦ୍ବାରା କିଛି ଫୁଲ ଗଛ ମଗାଇ ସ୍କୁଲ ପରିସରରେ ଲଗାଇ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିଛନ୍ତି । ଖାଲି ସେତିକି ନୁହଁ ସେମାନେ ସବୁ ଦିନ ସକାଳୁ ଉଠି ପ୍ରଥମେ ଯୋଗ , ବ୍ୟାୟାମ ଓ ପ୍ରାଣାୟାମ କରିବାର ଦେଖିବାକୁ ମିଳୁଛି । ସେମାନଙ୍କ ମଧ୍ୟରୁ ଜଣେ ଯୋଗ ଗୁରୁ ହୋଇ ସମସ୍ତଙ୍କୁ ଯୋଗ ଶିଖାଉଥିବା ଦୃଶ୍ୟ ଏବେ ବେଶ ପ୍ରସଂଶା ସାଉଟୁଛନ୍ତି ।

   Related Posts