ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ- ଗରିବ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ପଢାଉଛନ୍ତି ଇଂରାଜୀ
30/12/2019 at 6:28 PM

ଭବାନୀପାଟଣା ୩୦।୧୨ – ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ । ଗ୍ରାମୀଣ ଇଲାକାରେ ଗରିବ ଛାତ୍ର ଛାତ୍ରୀଙ୍କୁ ମାଗଣା ଇଂରାଜୀ ଶିକ୍ଷାଦାନ ପାଇଁ ଗ୍ରୋବାଲ ଟିଚର ରୋଲ ମଡେଲ ୨୦୧୯ ରେ ସମ୍ମାନୀତ ହେ।ଇଛନ୍ତି କଳାହାଣ୍ଡି ଜିଲ୍ଲାର ଜୟନ୍ତପୁର ଗାଁର ପଞ୍ଚାନନ ଦୁରିଆ ।

ନବରଂଗପୁର ଜିଲ୍ଲା କୋଡିଗଂ। ବ୍ଲକ ରାଜଚଉରିଆ କଲେଜରେ ସେ ଇଂରାଜୀ ଅଧ୍ୟାପକ ଅଛନ୍ତି ।

କିନ୍ତୁ ନିଜ ମାଟିର ଗ୍ରାମୀଣ ଯୁବକ ଯୁବତୀଙ୍କୁ ଇଂରାଜୀ ଶିକ୍ଷା ପାଇଁ ସେ ୨୦୧୩ ରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି ।

ବିନା ପାରିଶ୍ରମିକେର ଇଂରାଜୀ ଶିକ୍ଷା ଦେଉଛନ୍ତି ପଞ୍ଚାନନ ସାର୍ । ପଞ୍ଚାନନ ଦୁରିଆଙ୍କ ଏହି ମହତ୍ ଉଦେଶ୍ୟ ପାଇଁ ମନୁଷ୍ୟବଳ ବିକାଶ ଲୋକସେବା ଏକାଡେମୀ ଗୋଆ ଠାରେ୨୦୧୯ ଗ୍ରୋବାଲ ଟିଚର ରୋଲ ମଡେଲ ଭାବେ ସମ୍ମାନୀତ କରାଯାଇଛି । ଯାହା ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବର ବିଷୟ ।
