ବିଶ୍ବର ୫ଟି ସବୁଠୁ ବିଚିତ୍ର ସ୍କୁଲ୍ : ଏଠାରେ ପାଠପଢ଼ା ପାଇଁ ଅବଲମ୍ବନ କରାଯାଇଥାଏ ଅଜବ ପଦ୍ଧତି
30/11/2019 at 1:42 PM

ସ୍କୁଲ୍ ଏବଂ ପାଠର ନାଁ ଯେତେବେଳେ ପାଟିକୁ ଆସିଥାଏ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ସୃଷ୍ଟି ହୋଇଥାଏ। ଯେପରିକି- ବହି ଭର୍ତ୍ତି ବ୍ୟାଗ୍,ପାଠପଢ଼ାର ଚାପ ,ଇତ୍ୟାଦି। କିନ୍ତୁ ଆଜି ଆମେ ଆପଣଙ୍କୁ ବିଶ୍ବର କେତେକ ବିଚିତ୍ର ସ୍କୁଲ୍ ବିଷୟରେ କହିବୁ,ଯେଉଁଠାରେ ପାଠପଢ଼ା ତ ହୋଇଥାଏ,ଯେଉଁଠାରେ ପାଠପଢ଼ା ତ ହୋଇଥାଏ,କିନ୍ତୁ ଏଥିପାଇଁ ଅଦ୍ଭୁତ ପ୍ରକ୍ରିୟା ଅବଲମ୍ବନ କରାଯାଇଥାଏ ଯାହା ଫଳରେ ପିଲାମାନେ ବୋର ହୋଇନଥାଆନ୍ତି ବରଂ ତାଙ୍କ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ।

୧.ମକୋକୋ ଫ୍ଲୋଟିଙ୍ଗ ସ୍କୁଲ୍ : କେତେକ ସ୍ଥାନରେ ଏପରି ଦେଖିବାକୁ ମିଳିଥାଏ ଯେ ସ୍କୁଲ୍ ଅଭାବ କିମ୍ବା ଦୂର ହେବା ଫଳରେ ପିଲାମାନେ ସ୍କୁଲକୁ ଯାଇ ପାରନ୍ତି ନାହିଁ। କିନ୍ତୁ ନାଇଜେରିଆରେ ଏହି ସମସ୍ୟା ନାହିଁ। ଏଠାରେ ଏକ ଏପରି ସ୍କୁଲ୍ ରହିଛି, ଯାହା ପାଣିରେ ଭାସିଥାଏ। ଏଥିରେ ଥରକରେ ୧୦୦ଜଣ ପିଲା ପାଠ ପଢ଼ିଥାଆନ୍ତି। ଏହି ସ୍କୁଲ୍ ପାଣିର ହ୍ରାସ-ବୃଦ୍ଧିରେ ଜଳସ୍ତରରେ ଆରାମରେ ସ୍ଥିର ରହିଥାଏ। ଖରାପ ପାଣିପାଗରେ ମଧ୍ୟ ଏଠାରେ କୌଣସି କ୍ଷତି ହୋଇନଥାଏ।

୨. ଝୋଙ୍ଗଡୋଙ୍ଗ ଦ କେଭ ସ୍କୁଲ୍ : ଚୀନର ଏହି ସ୍କୁଲ୍ ପାଖାପାଖି ୧୮୬ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିଲା ଏବଂ ଏଠାରେ ୮ଜଣ ଶିକ୍ଷକ ପାଠ ପଢ଼ାଉଥିଲେ। ପ୍ରକୃତରେ, ଏହି ସ୍କୁଲ୍ ଏକ ପ୍ରାକୃତିକ ଗୁମ୍ଫା ଭିତରେ ଥିଲା,ଯାହାକୁ ୧୯୮୪ମସିହାରେ ଖୋଜା ଯାଇଥିଲା। ଏଠାରେ ଏପରି ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯାଉଥିଲା, ଯେଉଁମାନେ ସ୍କୁଲ୍ ଯାଇପାରିବେ ନାହିଁ। କିନ୍ତୁ ୨୦୧୧ମସିହାରେ ଚୀନ ସରକାର ଏହି ସ୍କୁଲକୁ ବନ୍ଦ କରି ଦେଇଥିଲେ।

୩. ଦ ସ୍କୁଲ୍ ଅଫ୍ ସିଲିକନ ଭ୍ୟାଲି : ଏହି ସ୍କୁଲ୍ ପାଠପଢ଼ାର ପାରମ୍ପରିକ ପଦ୍ଧତିର ବିରୋଧୀ। ଏଠାରେ ପିଲାଙ୍କ ପାଠପଢ଼ା ପାଇଁ ଉଚ୍ଚ ସ୍ତରର ପଦ୍ଧତି ବ୍ୟବହାର କରାଯାଇଥାଏ। ଏଠାରେ ପିଲାଙ୍କୁ ଆଇ ପ୍ୟାଡ,ଥ୍ରୀ ଡି ମଡେଲିଙ୍ଗ ଏବଂ ସଙ୍ଗୀତ ସାହାଯ୍ୟରେ ପାଠ ପଢ଼ାଯାଇଥାଏ।

୪. ଦ କାର୍ପେ ଡିୟମ୍ ସ୍କୁଲ୍ : ଏହି ସ୍କୁଲ୍ ଓହିଓରେ ଅବସ୍ଥିତ। ଏଠାରେ କ୍ଲାସରୁମ୍ ବଦଳରେ ଅଫିସ୍ ପରି ପାଖାପାଖି ୩୦୦ଟି କ୍ୟୁବିକଲ୍ ରହିଛି। ଏହି ସ୍କୁଲ୍ ମତରେ ପ୍ରତ୍ୟେକଙ୍କୁ ନିଜ ସ୍ତରରେ ଜିନିଷ ଶିଖିବା ଉଚିତ୍। ଯଦି ପିଲାଙ୍କୁ କୌଣସି ଧରଣର ସମସ୍ୟା ହୋଇଥାଏ ତେବେ ଇନଷ୍ଟ୍ରକ୍ଟର ଆସି ତୁରନ୍ତ ସେମାନଙ୍କ ସାହାଯ୍ୟ କରିଥାଆନ୍ତି।

୫. ସଡବରୀ ସ୍କୁଲ୍ : ଏହି ସ୍କୁଲ୍ ଆମେରିକାରେ ରହିଛି। ଏହି ସ୍କୁଲର ପିଲା ନିଜେ ନିଜ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିଥାଆନ୍ତି। ଏହା ସହିତ ନିଜେ ସ୍ଥିର କରିଥାଆନ୍ତି ଯେ ତାଙ୍କୁ କେଉଁ ଦିନ କ’ଣ ପଢ଼ିବା ଉଚିତ୍। ତାଙ୍କୁ କେଉଁ ଉପାୟରେ ପାଠ ପଢ଼ିବା ଉଚିତ୍ ଏବଂ ସେ ନିଜକୁ କିଭଳି ଢ଼ାଳିବା ଉଚିତ୍ ଏହା ମଧ୍ୟ ପିଲାମାନେ ସ୍ଥିର କରିଥାଆନ୍ତି।