ତିନି ଗୋଡ ଥିବା ଅନନ୍ୟ ବ୍ୟକ୍ତି, ଯିଏ ୭୭ ବର୍ଷ ଧରି ଦୁନିଆ ପାଇଁ ଥିଲେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | April 02, 2020 IST

ଇଟାଲୀ୨/୪: ବେଳେବେଳେ ଦୁନିଆରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଥାଏ | ଦୁନିଆରେ ଏମିତି କିଛି ଆଶ୍ଚର୍ଯ୍ୟଜନକ ଲୋକ ମଧ୍ୟ ଅଛନ୍ତି ଯାହାଙ୍କୁ ଦେଖି ଆମେ ଭାବୁଥାଉଁ କି ଏହା ସମ୍ଭବ କି ? ଏପରି ଏକ ଆଶ୍ଚର୍ଯ୍ୟଜନକ ବ୍ୟକ୍ତି ଇଟାଲୀରେ ଥିଲେ ଯାହାଙ୍କର ଦୁଇ ନୁହେଁ ତିନିଟି ଗୋଡ ଥିଲା | ଏହା ଆଶ୍ଚର୍ଯ୍ୟଜନକ କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ | ପ୍ରକୃତି ତାଙ୍କୁ ଏକ ଅସାଧାରଣ ରୂପରେ ଜନ୍ମ ଦେଇଥିଲା ଏବଂ ସେହି ଅସାଧାରଣ ରୂପରେ ସେ ୭୭ ବର୍ଷ ବଞ୍ଚିଥିଲେ |

{"id":248109,"sizeSlug":"large"}

ଏହି ଅନନ୍ୟ ବ୍ୟକ୍ତିଙ୍କ ନାମ ଥିଲା ଫ୍ରାନ୍ସିସ୍କୋ 'ଫ୍ରାଙ୍କ' ଲେଣ୍ଟିନି | ୧୮୮୯ ମସିହା ମେ ୧୮ ତାରିଖରେ ସେ ଇଟାଲୀର ସିସିଲି ଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ୧୨ ଜଣ ଭାଇଭଉଣୀଙ୍କ ମଧ୍ୟରେ ସେ ପଞ୍ଚମ ସ୍ଥାନରେ ଥିଲେ | ଯେତେବେଳେ ସେ ବହୁତ ଛୋଟ ଥିଲେ ତାଙ୍କ ପିତାମାତା ତାଙ୍କୁ ତାଙ୍କ ଦାଦା, ଖୁଡିଙ୍କ ନିକଟକୁ ପଠାଇ ଦେଇଥିଲେ |ତାଙ୍କ ଦାଦା ଖୁଡି ତାଙ୍କର ପାଳନ ପୋଷଣ କରିଥିଲେ ଏବଂ ସେଠାରୁ ତାଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲା |

{"id":248110,"sizeSlug":"large"}

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲେଣ୍ଟିନିଙ୍କର ତିନି ଗୋଡ, ଚାରି ଗୋଡ ଏବଂ ଦୁଇଟି ଯୌନାଙ୍ଗ ଥିଲା | ତାଙ୍କର ଚତୁର୍ଥ ଗୋଡ ତୃତୀୟ ଗୋଡର ଆଣ୍ଠୁ ନିକଟରୁ ବାହାରୁଥିଲା । ତଥାପି ସେହି ଗୋଡଟି ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥିଲା | ଲେଣ୍ଟିନି ଏକ ପ୍ରକାର ବ୍ୟାଧିରେ ପୀଡିତ ଥିବା କୁହାଯାଉଛି ଯେଉଁଥିରେ ଅଧା ଯାଆଁଳା ଶିଶୁ ତାଙ୍କ ଶରୀରରେ ଲାଗିଥିଲା। ସେହି 'ଅଧା ପିଲା' ତାଙ୍କ ମେରୁଦଣ୍ଡ ସହିତ ଜଡିତ ଥିଲା |

ଫ୍ରାଙ୍କ ଲେଣ୍ଟିନିଙ୍କୁ ତାଙ୍କର ସମସ୍ତ ଜୀବନ ତିନି ଗୋଡ, ଚାରି ଗୋଡ ଏବଂ ଦୁଇଟି ଯୌନାଙ୍ଗ ସହ ବିତାଇବାକୁ ପଡିଥିଲା | ଫ୍ରାଙ୍କ ତାଙ୍କର ଅତିରିକ୍ତ ଅଙ୍ଗକୁ ହଟାଇବାକୁ ଚେଷ୍ଟା କରିଥିଲେ | କିନ୍ତୁ ଡାକ୍ତରମାନେ ସ୍ପଷ୍ଟ ଭାବରେ କହିଥିଲେ ଯେ ଯଦି ସେ ତାଙ୍କର ଅତିରିକ୍ତ ଅଙ୍ଗକୁ ବାହାର କରି ଦିଅନ୍ତି ତେବେ ସେ ପକ୍ଷାଘାତରେ ପୀଡିତ ହୋଇପାରନ୍ତି ଏବଂ ସେ ସ୍ଥାୟୀ ଭାବରେ ଶଯ୍ୟାଶାୟୀ ହୋଇପାରନ୍ତି। କାରଣ ତାଙ୍କର ତୃତୀୟ ଗୋଡ ତାଙ୍କ ମେରୁଦଣ୍ଡ ନିକଟରେ ଥିଲା |

ଯେତେବେଳେ ଫ୍ରାଙ୍କଙ୍କୁ ୧୨ ବର୍ଷ ବୟସ ହୋଇଥିଲା ସେ ଭିନ୍ସେଞ୍ଜୋ ମାଗ୍ନାନୋ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା | ସେ ଏକ ସର୍କସର ମାଲିକ ଥିଲେ | ସେ ଫ୍ରାଙ୍କଙ୍କୁ ସର୍କସରେ ଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି। ମାଗ୍ନାନୋଙ୍କ ଅଫର ତାଙ୍କ ମନକୁ ଗଲା ଏବଂ ସେ ସର୍କସରେ ଯୋଗ ଦେଇଥିଲେ | ସର୍କସରେ ଦର୍ଶକଙ୍କ ପ୍ରଥମ ପସନ୍ଦ ହେଲେ ଫ୍ରାଙ୍କ | ତିନୋଟି ଗୋଡ ଥିବା ସତ୍ୱେ ସେ ବହୁତ ଫୁର୍ତ୍ତି ଥିଲେ | ସେ ତାଙ୍କର ତୃତୀୟ ଗୋଡରେ ଫୁଟବଲକୁ କିକ୍ କରୁଥିଲେ ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଥିଲେ |

ଅନେକ ସମୟରେ ଫ୍ରାଙ୍କ ତାଙ୍କର ତୃତୀୟ ଗୋଡକୁ ଷ୍ଟୁଲ ଭାବରେ ବ୍ୟବହାର କରି ସେଥିରେ ବସିଥିଲେ | ପ୍ରାୟତଃ ଲୋକମାନେ ତାଙ୍କୁ ପ୍ରଶ୍ନ କରୁଥିଲେ ଯେ, ସେ ନିଜ ପାଇଁ ତିନି ଗୋଡ଼ର ଜୋତା କେଉଁଠୁ ଅନାନ୍ତି ? ଫ୍ରାଙ୍କ ଉତ୍ତର ଦିଅନ୍ତି ଯେ, ସେ ସର୍ବଦା ଦୁଇ ଯୋଡା ଜୋତା କିଣନ୍ତି ଏବଂ ତାଙ୍କର ଗୋଟିଏ ଗୋଡ଼ିଆ ବନ୍ଧୁଙ୍କୁ ଅତିରିକ୍ତ ଜୋତା ଦେଇ ଦିଅନ୍ତି |

୧୯୦୭ ମସିହାରେ ଫ୍ରାଙ୍କ ଥେରେସା ମୁରେ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଚାରି ସନ୍ତାନ ଥିଲେ | ୧୯୩୫ ମସିହା ଉଭୟ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ | ଏହା ପରେ ଫ୍ରାଙ୍କ ହେଲେନ ଶୁପେ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ଆଜୀବନ ତାଙ୍କ ସହ ରହିଲେ । ୧୯୬୬ ମସିହା ସେପ୍ଟେମ୍ବର ୨୧ ତାରିଖରେ ଆମେରିକାର ଟେନେସିରେ ୭୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଇଟାଲୀରୁ ଆମେରିକା ପର୍ଯ୍ୟନ୍ତ ଅନେକ ସର୍କସ୍ ଶୋ’ରେ କାମ କରିଥିଲେ | ବିଶେଷ ଭାବରେ ତାଙ୍କ ଶୋ’ର ନାମ ହେଲା 'ଥ୍ରୀ ଲେଗଡ୍ ଫୁଟବଲ୍ ପ୍ଲେୟାର୍' ଅର୍ଥାତ୍ ତିନି ଗୋଡ଼ିଆ ଫୁଟବଲ୍ ଖେଳାଳି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.